ପାନୀୟ ଜଳ ଦାବିରେ ଜାତୀୟ ରାଜପଥ ଅବରୋଧ
ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ବାନ୍ଧୁପଲା ଗ୍ରାମବାସୀ ପାନୀୟ ଜଳ ଦାବିରେ ଟିଟିଲାଗଡ଼ ସହର ଉପକଣ୍ଠରେ ଜାତୀୟ ରାଜପଥ ୫୯ ଅବରୋଧ କରିଛନ୍ତି । ଗତ ୧୦ ଦିନ ହେଲା ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି ବୋଲି ଅଭିଯୋଗ କରିଛନ୍ତି । ଏନେଇ ଆରଡବ୍ଲୁଏସଏସ ବିଭାଗ ଅଧିକାରୀ ସେମାନଙ୍କ ଅଭିଯୋଗକୁ ଅଣଶୁଣା କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଟିଟିଲାଗଡ଼ ବେଲଗାଁ ରାସ୍ତାର ଉଭୟ ପଟରେ ଶହ ଶହ ଯାନବାହାନ ଅଟକି ରହିଛି । ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପଧାନ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି ।
Comments are closed.