ଟିଟିଲାଗଡ଼ : ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନାରେ ମହିଳା ଗୋଷ୍ଠୀଙ୍କୁ ଛତୁ ଚାଷ ସମ୍ପର୍କିତ ତାଲିମ ଶିବିର ସ୍ଥାନୀୟ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଏବି ମୁସରୁମ, ବଡବଜାର ସମ୍ବଲପୁରର ପ୍ରୋପ୍ରାଇଟର ଶାନ୍ତିପ୍ରକାଶ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସଇଁନ୍ତଳା, ଟିଟିଲାଗଡ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ୧୫ଟି ମହିଳା ଗୋଷ୍ଠୀ ସଦସ୍ୟାଙ୍କୁ ଛତୁ ଚାଷ ସମ୍ପର୍କରେ ତାଲିମ ଦେଇଥିଲେ। ଏଅବସରରେ ଅନୁଷ୍ଠିତ ସଭାରେ ଟିଟିଲାଗଡ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ ଛତୁ ଚାଷ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମହିଳାଙ୍କୁ ୧୫ଟି ବେଡ ପାଇଁ ଏକ ହଜାର ଟଙ୍କା ଲେଖାଏଁ, ୧୫୦ ବେଡ ପାଇଁ ମହିଳା ଗୋଷ୍ଠୀଙ୍କୁ ଦଶ ହଜାର ଟଙ୍କା, ଏକ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ୪୦ ହଜାର ଟଙ୍କାର ସବ୍ସିଡି ରହିଥିବା ତଥା ପ୍ରତ୍ୟେକ ହିତାଧିକାରୀଙ୍କୁ ମାଗଣା ମଞ୍ଜି, ବିହନ, ସେଡନେଟ, ସ୍ପ୍ରେୟର ଦିଆଯିବା ସହ ସେମାନେ ସ୍ୱାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ। ଟାଟା ଟ୍ରଷ୍ଟର ବ୍ଲକ ସଂଯୋଜିକା ସୁପ୍ରିୟା ଦାଶ, ଏକଜିକ୍ୟୁଟିଭ ସୁରେଶ ସ୍ୱାଇଁ, ବଙ୍ଗୋମୁଣ୍ଡା ଉଦ୍ୟାନ କୃଷି ଅଧିକାରୀ ଏଚଇଡବ୍ଲୁ ସୁନିଲ ମାଝୀ, ଏଚଇଡବ୍ଲୁ ରଘୁମଣି ପଟେଲ, ଶକୁନ୍ତଳା ନାୟକ, ଡିଲେଶ୍ୱର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।
Popular Categories



