www.samajalive.in
Friday, December 5, 2025
23.1 C
Bhubaneswar

ଡିସେମ୍ବର ୮ରେ ‘ଭାରତ ବନ୍ଦ’ ଡାକରା ଦେଲେ ଅନ୍ନଦାତା

ନୂଆଦିଲ୍ଲୀ : କେନ୍ଦ୍ରର ନୂଆ କୃଷି ଆଇନ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ଚାଲିଥିବା କୃଷକ ଆନ୍ଦୋଳନ ଧିରେ ଧିରେ ତିବ୍ର ରୂପ ଧାରଣ କରୁଛି। ନିଜ ଦାବିରେ ଅଟଳ ଥିବା ଚାଷୀ ଜୋରଦାର କରିବା ଲକ୍ଷ୍ୟରେ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଗୁରୁବାର ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ପାରିନଥିଲା । ଚାଷୀମାନେ ଏମଏସପି ଉପରେ ଗ୍ୟାରେଣ୍ଟି ମାଗିବା ସହ ୩ଟି କୃଷି ଆଇନ ପ୍ରତ୍ୟାହର ନେଇ ନିଜ ଦାବିରେ ଅଟଳ ରହିଥିବା ବେଳେ ସରକାର ମଧ୍ୟ ନିଜ ନିଷ୍ପତ୍ତିରୁ ଓହରିବାକୁ ନାରାଜ । ଦୀର୍ଘ ୭ ଘଣ୍ଟାର ମନ୍ଥନ ପରେ ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ ସରକାର ।


କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ କ୍ରମାଗତ ନବମ ଦିନ ପାଇଁ ଜାରି ରହିଛି। ଗୁରୁବାର ଦିନ ସାତ ଘଣ୍ଟାରୁ ଅଧିକ ସମୟ ଧରି ସରକାର ଏବଂ କୃଷକଙ୍କ ମଧ୍ୟରେ ଚାଲିଥିବା ଚତୁର୍ଥ ରାଉଣ୍ଡ ଆଲୋଚନା ଫଳପ୍ରଦ ହୋଇନଥିଲା।  ସଂସଦ ଅଧିବେଶନ ଡକାଇ ଆଇନ ବାତିଲ କରାଯିବା ଉଚିତ ବୋଲି କୃଷକମାନେ ଜିଦ୍ ଧରି ରହିଛନ୍ତି। ଶୁକ୍ରବାର ସିଂଘୁ ସୀମାରେ ସାମ୍ବାଦିକ ସମ୍ମିଳନୀରେ ଚାଷୀମାନେ କହିଛନ୍ତି, ଏମଏସପି ଉପରେ ସରକାରଙ୍କ ସହ ଆଲୋଚନା ଜାରି ରହିଛି । ଆମେ ୩ଟି ଆଇନ ପ୍ରତ୍ୟାହାର କରାଇ ରହିବୁ । ଚାଷୀନେତା କହିଛନ୍ତି ଯେ ଆଗକୁ ସରକାରଙ୍କ ସହିତ ଆଲୋଚନା ବିଫଳ ହେଲେ ଆନ୍ଦୋଳନ ଜୋରଦାର ହେବ। ରାଜଧାନୀ ଦିଲ୍ଲୀର ପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଆଯିବ ଓ ଖାଦ୍ୟ ଓ ଜରୁରୀ ସାମଗ୍ରୀର ଯୋଗାଣକୁ ବନ୍ଦ କରିଦିଆଯିବ ବୋଲି କୃଷକ ନେତା ମାନେ ଧମକ ଦେଇଛନ୍ତି । କେବଳ ରାଜଧାନୀ ଦିଲ୍ଲୀ ନୁହେଁ, ଭାରତ ବନ୍ଦ ଦିନ ସମଗ୍ର ଦେଶରେ ଥିବା ରାଜପଥଗୁଡ଼ିକୁ ବନ୍ଦ କରିଦିଆଯିବ । ଟୋଲଗେଟ୍ ଗୁଡ଼ିକୁ ବନ୍ଦ କରିଦିଆଯିବ ଯେପରିକି ସରକାର ଟିକସ ସଂଗ୍ରହ କରିପାରିବେ ନାହିଁ ।

- Advertisement -

ଅନ୍ୟପକ୍ଷରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତ୍ୟାହାର ଦାବି କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀକୁ ଜରୁରୀକାଳୀନ ସାମଗ୍ରୀ ଯୋଗାଣ, ମେଡିକାଲ ସେବା ପ୍ରଭାବିତ ହେଉଛି ବୋଲି ଦର୍ଶାଇ ଦିଲ୍ଲୀରେ ରହୁଥିବା ଆଇନ ବିଭାଗର ଛାତ୍ର ଋଷଭ ଶର୍ମା ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରି କହିଛନ୍ତି। ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୁଲିସ୍‌ ବୁରାରୀ ପଡ଼ିଆକୁ ଆସି ବିକ୍ଷୋଭ କରିବାକୁ କହିଛି। ତଥାପି ସେମାନେ ଏଥିରେ ରାଜି ନ ହୋଇ ରାସ୍ତା ଉପରେ ଆନ୍ଦୋଳନ କରୁଛନ୍ତି।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories