www.samajalive.in
Friday, December 5, 2025
23.1 C
Bhubaneswar

ଅଇଁଠାପାଲି ଥାନାରେ ରାଜ୍ୟର ପ୍ରଥମ ଚାଇଲ୍ଡ ଫ୍ରେଣ୍ଡଲି କର୍ଣ୍ଣର ଉଦଘାଟିତ

ସମ୍ବଲପୁର : ପୁଲିସ ଥାନାକୁ ଅଭିଯୋଗ ପାଇଁ ଆସୁଥିବା ଶିଶୁ ଓ ନାବାଳକ ମାନଙ୍କୁ ଏକ ଘରୋଇ ବାତାବରଣ ଯୋଗାଇ ଦେବା ପାଇଁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ଉଦ୍ୟମ କରାଯାଇ ଆସୁଥିଲା। ଏହି କ୍ରମରେ ରାଜ୍ୟର ପ୍ରଥମ ଥାନା ଭାବରେ ସମ୍ବଲପୁରର ଅଇଁଠାପାଲି ଥାନାକୁ ଆସୁଥିବା ଶିଶୁ ମାନଙ୍କ ପାଇଁ ‘ଚାଇଲ୍ଡ ଫ୍ରେଣ୍ଡଲି ସ୍ପେଶ’ ଶୁକ୍ରବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଆୟୋଗର ଚେୟାରପର୍ସନ ସନ୍ଧ୍ୟାବତୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଚେୟାରପର୍ସନ ପ୍ରଧାନ କହିଥିଲେ ଯେ, ସେ କାର୍ଯ୍ୟଭାର ନେବା ପରେ ସବୁ ଥାନାରେ ଶିଶୁ ମାନେ ଅଭିଯୋଗ ପାଇଁ ଆସିବା ସମୟରେ କିଭଳି ଭାବରେ ଏକ ନିର୍ଭୟ ବାତାବରଣ ପାଇପାରିବେ ସେ ଦିଗରେ କାର୍ଯ୍ୟାରମ୍ଭ କରାଯାଇଥିଲା। ଏ ସର୍ମ୍ପକରେ ଗୃହ ବିଭାଗ ସମେତ ପୁଲିସ ଡିଜିଙ୍କ ସହିତ କଥାବାର୍ତ୍ତା ହେବା ପରେ ସମସ୍ତେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସହମତି ଦେଇ ସକ୍ରିୟ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରତି ଜିଲାରେ ଅନ୍ତତଃ ଗୋଟିଏ ଲେଖାଏଁ ଚାଇଲ୍ଡ ଫ୍ରେଣ୍ଡଲି ପୁଲିସ ଷ୍ଟେସନ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଛି। ଆମେ ଚାହୁଁଛୁ ଯେ ଅଧିକରୁ ଅଧିକ ଥାନା ଗୁଡିକ ଚାଇଲ୍ଡ ଫ୍ରେଣ୍ଡଲି ହେଉ ଏବଂ ଏହି ଦିଗରେ କାର୍ଯ୍ୟ ଜାରି ରହିଛି। ଜେ.ଜେ. ଆକ୍ଟର ଗାଇଡଲାଇନ ଅନୁଯାୟୀ ସାଧାରଣ ପରିଧାନରେ ରହିବା, ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଆଦି ସମସ୍ତ ନିୟମ ଏହି ଚାଇଲ୍ଡ ଫ୍ରେଣ୍ଡଲି ସ୍ପେଶରେ ପାଳନ କରାଯିବ। ସମ୍ବଲପୁରର ଅଇଁଠାପାଲି ଥାନାରେ ରାଜ୍ୟର ପ୍ରଥମ ‘ଚାଇଲ୍ଡ ଫ୍ରେଣ୍ଡଲି ସ୍ପେଶ’ କାର୍ଯ୍ୟକାରୀ ହେବା ନିଶ୍ଚିତ ଭାବରେ ଏହି ଯୋଜନା ପାଇଁ ଉତ୍ସାହଜନକ ବୋଲି ଆୟୋଗର ଚେୟାରପର୍ସନ ପ୍ରଧାନ କହିଛନ୍ତି।

ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ତଥା ଜିଲାର ଭାରପ୍ରାପ୍ତ ଏସପି ଅମରେଶ ପଣ୍ଡା, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବ୍ରଜେନ୍ଦ୍ର କିଶୋର ପଣ୍ଡା, ଡିସିପିଓ ସୁଶ୍ଚିସ୍ମିତା ପଟ୍ଟନାୟକ ଏବଂ ଥାନାଧିକାରୀ ଯୋଗେଶ ପଣ୍ଡା ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଅତିଥିମାନେ ବିଗତ ଦିନରେ ଶିଶୁ ମାନଙ୍କ ପାଇଁ କରାଯାଇଥିବା ମଙ୍ଗଳକାରୀ କାର୍ଯ୍ୟ ତଥା ଆଗାମୀ ଦିନରେ ଏହାକୁ ଆହୁରି ଆଗକୁ ବଢ଼ାଇବା ଉପରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ୱାଲଡ ଭିଜନର ନିକୋଲ ଲେପଚା ପରିଚାଳନା କରିଥିଲେ। ଥାନାରେ ରହିଥିବା ଅଭ୍ୟର୍ଥନା କକ୍ଷରେ ଶିଶୁ ମାନଙ୍କୁ ଘରୋଇ ବାତାବରଣ ପ୍ରଦାନ କରିବା ପାଇଁ ବିଭିନ୍ନ ରଙ୍ଗର ଚିତ୍ର ସମେତ କାର୍ଟୁନ ଚିତ୍ର, ଖେଳନା, ୨୪ ଘଣ୍ଟିଆ ବିଦ୍ୟୁତ ଓ ଜଳ ଯୋଗାଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଥାନା ପରିସରରେ ଏକ ଛୋଟିଆ ସୁନ୍ଦର ବଗିଚା କରାଯାଇ ବିଭିନ୍ନ ପ୍ରକାରର ଫୁଲ ଓ ସୌଖୀନ ଗଛ ମଧ୍ୟ କରାଯାଇଛି। ଥାନାକୁ ଆସୁଥିବା ଶିଶୁ ଏକ ଗେଷ୍ଟ ହାଉସକୁ ଆସିବା ଭଳି ମନେ କରି ଭୟଶୁନ୍ୟ ବାତାବରଣରେ ସେମାନଙ୍କ ଆପତ୍ତି ଅଭିଯୋଗ କରିପାରିବେ ବୋଲି ଏଭଳି ପଦକ୍ଷେପ ନିଆଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ, ପୁଲିସକୁ ସାଧାରଣ ଜନତା ଭୟ କରୁଥିବା ବେଳେ ଶିଶୁମାନେ ଅନେକ ସମୟରେ ଥାନାକୁ କୌଣସି ଆପତ୍ତି ଅଭିଯୋଗ ନେଇ ଆସିବା ସମୟରେ ସେମାନେ ନିର୍ଭିକ ଓ ସହଜ ହୋଇ ପାରୁ ନ ଥିବାର ପରିଲକ୍ଷିତ ହୋଇଛି। ଏଣୁ ଶିଶୁମାନଙ୍କ ମଧ୍ୟରେ ଏହି ଭୟକୁ ଦୂର କରି ଥାନା ପରିସର ଗୁଡିକରେ ଏକ ଚାଇଲ୍ଡ ଫ୍ରେଣ୍ଡଲି କର୍ଣ୍ଣର କରିବାକୁ ପୁର୍ବରୁ ସରକାରଙ୍କୁ ସୁଫାରିଶ କରାଯାଇଥିଲା। ପୁଲିସ ଓ ଜନତା ମଧ୍ୟରେ ମଧୁର ସର୍ମ୍ପକ ସ୍ଥାପନା ପାଇଁ ରାଜ୍ୟ ସରକାର ମୋ ପୁଲିସ, ରକ୍ତଦାନ ଶିବିର, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଆଦି ଅନେକ ଯୋଜନା କାର୍ଯ୍ୟକ୍ଷମ କରିଥିବା ବେଳେ ଥାନାକୁ ଅଭିଯୋଗ ପାଇଁ ଆସୁଥିବା ଶିଶୁ ଓ ନାବାଳକ ମାନଙ୍କୁ ଏହି ଯୋଜନା ମାଧ୍ୟମରେ ଘରୋଇ ବାତାବରଣ ଦେବା ପାଇଁ ପ୍ରୟାସ କରାଯାଉଛି। ଏଥିପାଇଁ ରାଜ୍ୟରେ ପ୍ରଥମ ପୁଲିସ ଥାନା ଭାବରେ ଅଇଁଠାପାଲି ଥାନାରେ ଶିଶୁ ମାନଙ୍କ ପାଇଁ ‘ଚାଇଲ୍ଡ ଫ୍ରେଣ୍ଡଲି ସ୍ପେଶ’ ଉଦଘାଟିତ ହେବାକୁ ସବୁ ମହଲରେ ଖୁସି ବ୍ୟକ୍ତ କରାଯିବା ସହିତ ସ୍ୱାଗତ କରାଯାଉଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories