www.samajalive.in
Monday, December 15, 2025
26.1 C
Bhubaneswar

ଟ୍ରାକ୍ଟରରେ ବୁହା ହେଲା ଅମାନିଆଙ୍କ ବାଇକ

ଟିଟିଲାଗଡ଼:ଟିଟିଲାଗଡ଼ରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟିଟିଲାଗଡ଼ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥିପାଇଁ ସାନ୍ଧ୍ୟକାଳୀନ କର୍ଫ୍ୟୁ ଓ ସଟଡାଉନକୁ ଟିଟିଲାଗଡ ପ୍ରଶାସନ କଡାକଡି କରିଥିବା ଦେଖାଯାଇଛି। ଏନେଇ ଉପଜିଲାପାଳ ସୌମେଶ ଉପାଧ୍ୟାୟ ଏବା ବରିଷ୍ଠ ପୁଲିସ ଅଧିକାରୀ ସହରର ବିଭିନ୍ନ ଅଞ୍ଚଳ ବୁଲିବା ସହ ଅମାନିଆଙ୍କ ବାଇକ ଜବତ କରିଛନ୍ତି। ବିନା କାରଣରେ ଏବଂ କୌଣସି ଜରୁରୀ କାମ ନ ଥାଇ ସହରର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିବା ଯୁବକଙ୍କ ବାଇକଗୁଡ଼ିକୁ ଉପଜିଲାପାଳ ଜବତ କରିଛନ୍ତି ଏବଂ ଜବତ ହୋଇଥିବା ବାଇକ୍‌ଗୁଡ଼ିକୁ ଟ୍ରାକ୍ଟରରେ ଲଦି ଥାନାକୁ ଅଣାଯାଇଥିବା ଜଣାଯାଇଛି। ଏନେଇ ଅମାନିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ଆଜି ସଟଡାଉନରେ ସହର ଶୁନଶାନ ପରିଲକ୍ଷିତ ହୋଇଛି। ତହସିଲଦାର ଆନନ୍ଦ ପଣ୍ଡା ଆଜି ସହରରେ ଅନେକ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି। ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା ଅମାନିଆଙ୍କ ଉପରେ କଡା ନଜର ରଖିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories