www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ପୁଲିସ କର୍ମଚାରୀ କରୋନା ସଂକ୍ରମିତ : ଟାଉନ ଥାନା ସିଲ

ସମ୍ବଲପୁର: କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସମ୍ବଲପୁର ପୁଲିସରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶନିବାର କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଦିନ ପ୍ରାୟ ୧୧ଟାରୁ ଟାଉନ ଥାନାକୁ ସାନିଟାଇଜ କରାଯିବା ପରେ ସିଲ କରିଦିଆଯାଇଛି। ସଂପୃକ୍ତ ମହିଳା କର୍ମଚାରୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ ସାରିଥିବା ବେଳେ ଆଗାମୀ ଦିନରେ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ସଂକ୍ରମିତ କର୍ମଚାରୀଙ୍କର ଦେହ ଖରାପ ଥିବାରୁ ସେ ପ୍ରାୟ ୫ ଦିନ ହେବ ଛୁଟିରେ ଥିବା ବେଳେ ଆଜି ତାଙ୍କର ସ୍ୱାବ ରିପୋର୍ଟ ଆସିବା ପରେ ପଜିଟିଭ ଥିବାର ଜଣାପଡ଼ିଥିଲା। ତେବେ ଥାନାର କୋଠାକୁ ସିଲ କରି ଦିଆଯାଇଥିବା ବେଳେ ଜନତାଙ୍କ ହିତକୁ ଧ୍ୟାନରେ ରଖାଯାଇ ଟାଉନ ଥାନା ପରିସର ମଧ୍ୟରେ ଏକ ଟେଣ୍ଟ ଲଗା ଯାଇ କାର୍ଯ୍ୟ ଜାରି ରହିଛି। ରବିବାର ପୁର୍ନବାର ସାନିଟାଇଜ କରାଯିବା ପରେ ଥାନାକୁ ଖୋଲାଯିବ ବୋଲି ଜଣାପଡ଼ିଛି। ଏହା ସହିତ ରବିବାର ଠାରୁ ସମସ୍ତ କର୍ମଚାରୀ ମାନଙ୍କର ସ୍ୱାବ ଟେଷ୍ଟ ଆରମ୍ଭ ହୋଇଯିବ। ସୂଚନାଯୋଗ୍ୟ ଯେ, ସମ୍ବଲପୁର ପୁଲିସ ବହୁ ଦିନ ହେବ ସଂକ୍ରମଣରୁ ବର୍ତ୍ତି ରହିଥିବା ବେଳେ ବିଗତ ୧୦ ଦିନ ହେବ ପୁଲିସ ବଳ ମଧ୍ୟରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ବିଗତ ଦିନରେ ସମ୍ବଲପୁରର ଅଇଁଠାପାଲି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ କରୋନା ପଜିଟିଭ ବାହାରିଥିଲେ। ପରେ ସ୍ୱାବ ଟେଷ୍ଟ ପରେ ପୁଲିସ କର୍ମଚାରୀ ସଂକ୍ରମିତ ହେବାର ଜଣାପଡ଼ିବା ପରେ ଥାନାକୁ ସାନିଟାଇଜ କରାଯାଇ ସିଲ କରାଯାଇଥିଲା। ସେହିଭଳି ପୁଲିସ ପେଟ୍ରୋଲ ପମ୍ପର ଦୁଇ ଜଣ କର୍ମଚାରୀ, ରିର୍ଜବ ପୁଲିସ ଲାଇନର କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଅନ୍ୟ ପଟରେ ଏସପିଙ୍କ ନିର୍ଦ୍ଦେଶରେ ଧନୁପାଲି ଥାନାରେ କରୋନା ସଂକ୍ରମଣ ଜନିତ ସ୍ଥିତିର ମୁକାବିଲା ପାଇଁ ମକଡ୍ରିଲ ମଧ୍ୟ କରାଯାଇ ସାରିଛି। ତେବେ ଦିନକୁ ଦିନ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀ ସଂକ୍ରମିତ ହେବା ଘଟଣା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories