୭୩ ବର୍ଷ ତଳେ ଅଜିର ଦିନରେ ସାମ୍ନାକୁ ଆସିଥିଲା ବୁଡି ଯାଇଥିବା ଟାଇଟାନିକର ପ୍ରଥମ ଫଟୋ

0

ନୂଆଦିଲ୍ଲୀ : ବିଶ୍ୱର ସର୍ବ ବୃହତ ଜାହାଜ ଟାଇଟାନିକର ଦୁର୍ଘଟଣା ବିଷୟରେ ପ୍ରାୟ ସମସ୍ତେ ଅବଗତ। ତେବେ ସମୁଦ୍ରରେ ଟାଇଟାନିକ ବୁଡିବାର ୭୩ ବର୍ଷ ପରେ ୪ ସେପ୍ଟେମ୍ବର ୧୯୮୫ରେ ଏହାର ପ୍ରଥମ ଚିତ୍ର ସାମନାକୁ ଆସିଥିଲା।
ବିଶ୍ୱର ସର୍ବ ବୃହତ ବାସ୍ପ ଆଧାରିତ ଜାହାଜ ଟାଇଟାନିକ ୧୯୧୨ ମସିହା ଅପ୍ରେଲ ୧୦ ତାରିଖରେ ଇଂଲଣ୍ଡର ସାଉଦାମ୍ପଟନରୁ ଯାତ୍ରା ଆରମ୍ଭ କରିଥିଲା। ଯାହାକି ତା’ର ଲକ୍ଷ୍ୟ ପଥରେ ପହଞ୍ଚି ପାରି ନ ଥିଲା।
ପୃଥିବୀର ସବୁଠାରୁ ସୁରକ୍ଷିତ ଏବଂ କେବେ ବୁଡିବାର ଭୟ ନ ଥିବା ଏହି ଜାହାଜଟି କିନ୍ତୁ ଯାତ୍ରା ଆରମ୍ଭ କରିବାର ଚାରି ଦିନ ପରେ ଅର୍ଥାତ ୧୯୧୨ ମସିହା ଅପ୍ରେଲ ୧୪ ତାରିଖରେ ଏକ ବିଶାଳ ବରଫ ଖଣ୍ଡ ସହିତ ଧକ୍କା ଖାଇ ସମୁଦ୍ରରେ ବୁଡି ଯାଇଥିଲା। ତେବେ ଟାଇଟାନିକ ସମୁଦ୍ରରେ ବୁଡିବାର ୭୩ ବର୍ଷ ପରେ ଅର୍ଥାତ ଆଜିର ଦିନ ୧୯୮୫ ମସିହା ସେପ୍ଟେମ୍ବର ୪ ତାରିଖରେ ପ୍ରଥମ ଫଟୋ ସମାନାକୁ ଆସିଥିଲା ତତ୍କାଳୀନ ସମୟରେ ଏହି ସର୍ବ ବୃହତ ସାମୁଦ୍ରିକ ଦୁର୍ଘଟଣାରେ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

Leave A Reply