www.samajalive.in
Monday, December 15, 2025
16.1 C
Bhubaneswar

ରାତିରେ ଚା’ କିମ୍ବା କଫି ପିଇବା ଦ୍ୱାରା ନିଦର ମାତ୍ରା କମିଯାଏ

ଦୈନିକ ଆମେ ୪ରୁ ୫ଥର ଖାଦ୍ୟ ଖାଇଥାଉ। ସକାଳ ଠାରୁ ରାତି ମଧ୍ୟରେ ଭିନ୍ନ ଭିନ୍ନ ଖାଦ୍ୟ ଖାଉ। ମାତ୍ର ଏପରି ବହୁ ଖାଦ୍ୟ ରହିଛି ଯାହାକୁ ରାତିରେ ଖାଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ଜାଣନ୍ତୁ ସେହି ସବୁ ଖାଦ୍ୟ କ’ଣ………
ଚା’ କିମ୍ବା କଫି – ରାତିରେ ଚା’ କିମ୍ବା କଫି ପିଇବା ଦ୍ୱାରା ଶରୀର ବହୁତ ଦୁର୍ବଳ ହୋଇଯାଏ। ନିଦର ମାତ୍ରା କମିଯାଏ। ଯାହାଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ।
ଦହି ଓ ସେଓ – ରାତିରେ ଦହି ଓ ସେଓ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଯଥା କାଶ, କଫ ଓ ବାରମ୍ବାର ଜ୍ୱର ହୋଇଥାଏ।
ମୃଦୂପାନୀୟ – ରାତିରେ କୌଣସି ଥଣ୍ଡା ଜାତୀୟ ପାନୀୟ ଯେପରି ମୃଦୂପାନୀୟ ବା କୋଲଡ଼୍ରିଙ୍କିସ୍‍ ଆଦି ପିଇବା ଉଚିତ ନୁହେଁ। ଏହା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବଢିଥାଏ।
ଚକୋଲେଟ – ରାତିରେ ଚକୋଲେଟ ଖାଇବା ଦ୍ୱାରା ଦାନ୍ତ ଜନିତ ସମସ୍ୟା ଦେଖା ଦେଇଥାଏ। ଦାନ୍ତ ପୋକ କାଟିବା ସହ ପାଟି ଦୁର୍ଗନ୍ଧ ହେବା ଭଳିି ସମସ୍ୟା ହୋଇଥାଏ।
ଫାଷ୍ଟଫୁଡ଼୍‍ – ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟରେ କୋଲେଷ୍ଟ୍ରଲ୍‍ର ମାତ୍ରା ଅଧିକ ଥାଏ। ତେଣୁ ଏଭଳି ଖାଦ୍ୟ ରାତିରେ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବଢିଥାଏ। ତେଣୁ ଏହି ସମସ୍ତ ଖାଦ୍ୟକୁ ରାତିରେ ଖାଇବା ଉଚିତ ନୁହେଁ।
ଭାତ – ଭାତରେ ଅଧିକ କାବ୍ରୋହାଇଡ଼୍ରେଟ୍‍ ଥାଏ। ଯାହା ଫଳରେ ରାତିରେ ଭାତ ଖାଇବା ଦ୍ୱାରା ପେଟ ବଢିଥାଏ।
ଆମିଷ – ଯଦି ଆମିଷ ଖାଉଛନ୍ତି, ତେବେ ଏହାକୁ ରାତି ୮ଟା ମଧ୍ୟରେ ଖାଆନ୍ତୁ। ଅଧିକ ରାତିରେ ଆମିଷ ଖାଇବା ଦ୍ୱାରା ଭଲ ଭାବେ ହଜମ ହୋଇ ନଥାଏ। ପେଟ ଜନିତ ସମସ୍ୟା ଦେଖାଦିଏ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories