www.samajalive.in
Sunday, December 7, 2025
15.1 C
Bhubaneswar

ଅନୁସୂଚିତ ଜାତିକୁ ସଂରକ୍ଷଣ ଦାବିରେ ଏସସି ଜିଲ୍ଲା ଯୁବସଂଘ ତରଫରୁ ପ୍ରେସମିଟ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତି ଏସସି ଯୁବସଂଘ ତରଫରୁ ଶୁକ୍ରବାର ସଂରକ୍ଷଣ ଏବଂ ବିଭିନ୍ନ ଦାବିନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଜି ନବରଙ୍ଗପୁର ସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳା ପରିସରରେ ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତି(ଏସସି ) ଯୁବ ସଂଘ ସଭାପତି ରାଜେନ୍ଦ୍ର କୁମାର ଭକ୍ତଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମିଳନୀ କରାଯାଇ ୫ ଦଫା ଦାବିପତ୍ର ଗଣମାଧ୍ୟମ ଜରିଆରେ ପ୍ରଦାନ କରିଥିଲେ।

ସେମାନଙ୍କ ଦାବି ମୁତାବକ –

- Advertisement -

୧.ନବରଙ୍ଗପୁର ଜିଲ୍ଲାରେ ଲୋକସଂଖ୍ୟା ଅନୁପାତରେ ଶତକଡା ୩୩% ଅନୁସୂଚିତ ଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଏମାନେ ଆଦିବାସୀ ଭଳି ଏହି ଜିଲ୍ଲାର ମୂଳବାସିନ୍ଦା ଅଟନ୍ତି କିନ୍ତୁ ଶିକ୍ଷା କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ, ସରକାରୀ ଓ ଚାକିରି କ୍ଷେତ୍ରରେ ସୁବିଧା ସୁଯୋଗ ପାଇପାରୁନାହାନ୍ତି, ଅବହେଳିତ ହୋଇ ଅଛନ୍ତି । ଏସସି ବର୍ଗର ଲୋକଙ୍କ ଉନ୍ନତି ହୋଇପାରୁନାହିଁ ।

୨. ଶିକ୍ଷାକ୍ଷେତ୍ରରେ ଜିଲ୍ଲାରେ ଅନୁସୂଚିତ ଜାତି ପିଲାଙ୍କ ପାଠପଢା ପାଇଁ ସ୍ବତନ୍ତ୍ର ଆବାସିକ ବିଦ୍ୟାଳୟ ନାହିଁ । ଏସସି ଏବଂ ଏସଟି ମଙ୍ଗଳ ବିଭାଗ ବିଦ୍ୟାଳୟରେ ଏସସି ପିଲାଙ୍କ ପାଇଁ ୧୦% ସିଟ୍ ସଂରକ୍ଷଣ ରହୁଛି, ସେହି କ୍ଷେତ୍ରରେ ଏସଟି ପିଲାଙ୍କ ପାଇଁ ୯୦% ସିଟ୍ ସଂରକ୍ଷଣ ରହୁଛି, ଯଦ୍ଵାରା ଏସସି ବର୍ଗର ଗରିବ ପିଲା ପାଠପଢାରୁ ବଞ୍ଚିତ ହେଉଛନ୍ତି ।

୩. ଚାକିରି କ୍ଷେତ୍ରରେ ସରକାର ଜିଲ୍ଲାଭିଭିକ ନିଯୁକ୍ତି ବନ୍ଦକରି ରାଜ୍ୟଭିଭିକ ନିଯୁକ୍ତି ନିୟମାବଳି କରିବାଦ୍ୱାରା ଏସସି ବର୍ଗର ପିଲା
ପାଠପଢି ଶିକ୍ଷିତ ହୋଇମଧ୍ୟ ନିଜ ଜିଲ୍ଲାରେ ଚାକିରି ଖଣ୍ଡେ କରିପାରୁନାହାନ୍ତି । ବାଧ୍ୟହୋଇ ଜୀବିକା ନିର୍ବାହ କରିବାପାଇଁ ଅନ୍ୟ
ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

୪. ରାଜନୈତିକ ଅନୁପାତରେ ଜିଲ୍ଲାରେ ୧୦ ଗୋଟି ପଞ୍ଚାୟତ ସମିତି, ୧୯୦ ଗୋଟି ଗ୍ରାମପଞ୍ଚାୟତ, ୧୦ ଗୋଟି ସମବାୟ ଲେମ୍ପ,
୪ ଗୋଟି ବିଧାନସଭା ସିଟ୍ ଅଛି କିନ୍ତୁ ସମସ୍ତ ସିଟ୍ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ ରହିଅଛି । ଏସସି ମାନଙ୍କପାଇଁ କୌଣସି ଗୋଟିଏ ସିଟ୍ ସଂରକ୍ଷଣ ନାହିଁ । ଜିଲ୍ଲାରେ ଏସସି ମାନଙ୍କୁ ରାଜନୈତିକ କ୍ଷେତ୍ରରେ କୌଣସି ସୁବିଧା ସୁଯୋଗ ନାହିଁ ।

୫. ଏସସି ବର୍ଗର ଲୋକେ ଘରଡିହ ପଟ୍ଟା ଓ ଜଙ୍ଗଲଜମି ପଟ୍ଟା ପାଇବାରେ ମଧ୍ୟ ବଞ୍ଚିତ ହେଉଛନ୍ତି । ଆଦିବାସୀମାନେ ୨୫ବର୍ଷ
ଚାଷ କଲେ ଜଙ୍ଗଲଜମି ପଟ୍ଟା ପାଇପାରିବେ କିନ୍ତୁ ଅନୁସୂଚିତ ଜାତି ୭୫ବର୍ଷ ଚାଷକଲେ ଜଙ୍ଗଲଜମି ପଟ୍ଟା ପାଇପାରିବେ। ଏଣୁ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ପାଖରେ ଆମର ଦାବୀ ଉପସ୍ଥାପନା କରୁଛୁ ଯେ, ଶିକ୍ଷାକ୍ଷେତ୍ରରେ ଅନୁସୂଚିତ ପିଲାଙ୍କ ପାଇଁ ସ୍ବତନ୍ତ୍ର ଉଚ୍ଚମାଧ୍ୟମିକ ଆବାସିକ ବିଦ୍ୟାଳୟ ଜିଲ୍ଲାରେ ୫ ଗୋଟି ଖୋଲାଯାଉ, ଚାକିରି କ୍ଷେତ୍ରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦିଆଯାଉ
ଓ ରାଜନୈତିକ କ୍ଷେତ୍ରରେ ଲୋକସଂଖ୍ୟା ଅନୁପାତରେ ଅନୁସୂଚିତ ବର୍ଗର ବ୍ୟକ୍ତିପାଇଁ ମଧ୍ୟ ସିଟ୍ ସଂରକ୍ଷଣ ରଖାଯାଉ ଓ ସୁଯୋଗ
ଦିଆଯାଉ। ଜଙ୍ଗଲଜମି ଅଧିକାର ଆଇନ ଅନୁସୂଚିତ ଜାତିମାନଙ୍କ କ୍ଷେତ୍ରରେ କୋହଳ କରାଯାଉ।

ଏନେଇ ସଂଘ ତରଫରୁ ଗତ ଜାନୁଆରୀ ୩୦ ତାରିଖରେ ଜାତୀୟ ଏସସି କମିଶନର ଏ. କେ. ସାହୁଙ୍କୁ ଦାବିପତ୍ର ପ୍ରେରଣ କରିଥିଲେ, ଏବଂ ଫେବୃଆରୀ ୧୨ ତାରିଖରେ କମିଶନର ଶ୍ରୀ ସାହୁ ନବରଙ୍ଗପୁର ଗସ୍ତରେ ଆସି ସଂଘ ସହ ଆଲୋଚନା କରି ଜିଲାସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତକରି ଅନୁସୂଚିତ ଲୋକଙ୍କ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ । ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାର ଏଦିଗରେ କୋଣସି ପଦକ୍ଷେପ ନ ନେଇଥିବା ଯୋଗୁଁ, ଆଗାମୀ ଦିନରେ ସରକାର ବା ଜିଲ୍ଲା ପ୍ରଶାସନ ଆମର ଦାବୀଗୁଡିକୁ ବିଚାର ନ କରନ୍ତି ବା କୌଣସି ପଦକ୍ଷେପ ନ ନିଅନ୍ତି, ତାହାହେଲେ ଅନୁସୂଚିତ ଜାତି ସଂଘ ରାଜରାସ୍ତାରେ ଆନ୍ଦଳୋନ କରିବ, ବିକ୍ଷୋଭ କରି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା ଦେବ ବୋଲି ସଂଘ ଚେତାବନୀ ଦେଇଅଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଜିଲ୍ଲା ଯୁବ ସଂଘ ସମ୍ପାଦକ ଭଗବାନ ବୈରାଗୀ, ଜିଲ୍ଲା ଆବାହକ ଭୀମ ହରିଜନ, ଉପଦେଷ୍ଟା ଜଗନ୍ନାଥ ବକ୍ଷଗେ, ପ୍ରକାଶ ନାଗ, ସହ ସମ୍ପାଦକ ଧନଞ୍ଜୟ ନାଗ ଏବଂ ସଦସ୍ୟ ଦୋସା ମାଝୀ ପ୍ରମୁଖ ସାମିଲ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories