www.samajalive.in
Saturday, December 13, 2025
23.1 C
Bhubaneswar

ପାଦରେ ଯନ୍ତ୍ରଣା ଅନୁଭବ ହେଉଛି କି? ଆପଣାନ୍ତୁ ଏହି ଉପାୟ

ପ୍ରାୟତଃ ବହୁତ ଲୋକଙ୍କର ପାଦ ବିନ୍ଧିବା ସମସ୍ୟା ରହିଥାଏ। କିଛି ଲୋକଙ୍କର ତ ସବୁଦିନ ଗୋଡ଼ ବା ପାଦ ବିନ୍ଧି ଯନ୍ତ୍ରଣା ହୋଇଥାଏ। ଯାହାଦ୍ବାରା ଚାଲିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏପରି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣାଇବା ଦ୍ବାରା ଗୋଡ଼ ବିନ୍ଧିବା ଯନ୍ତ୍ରଣାରୁ ଆପଣ ତୁରନ୍ତ ମୁକ୍ତି ପାଇପାରିବେ। ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

-ନଖ ଉଷୁମ ପାଣିରେ ୩ ଚାମଚ ସୈନ୍ଧବ ଲବଣ ମିଶାଇ ଏହି ପାଣିରେ ନିଜ ଗୋଡ଼କୁ ବୁଡ଼ାଇ ରଖନ୍ତୁ ଏହାଦ୍ବାରା ଗୋଡ଼ରେ ହେଉଥିବା ଯନ୍ତ୍ରଣାରୁ ଉପଷମ ମିଳିବ।
-ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ବରଫ ଲାଭଦାୟକ ହୋଇଥାଏ। ବରଫକୁ ଗୋଡ଼ରେ ଘଷନ୍ତୁ,ଏହା ଦ୍ବାରା ଗୋଡ଼ର ମାଂସପେଶୀ ସଙ୍କୁଚିତ ହେବ ଓ ରକ୍ତପ୍ରବାହ ବୃଦ୍ଧି ହେବ। ଯାହା ଫଳରେ ଗୋଡ଼ବ୍ୟଥା ଦୂର ହୋଇଯିବ।
-ମେହେନ୍ଦୀ ମଧ୍ୟ ଗୋଡ଼ର ଯନ୍ତ୍ରଣା ଦୂରେଇବା ପାଇଁ ଖୁବ୍ ଉପଯୋଗୀ। ମେହେନ୍ଦୀ ଗୁଣ ଥଣ୍ଡା ହୋଇଥାଏ ଯାହା ଗୋଡ଼ର ମାଂସପେଶୀ ପାଇଁ ଫଳପ୍ରଦ ହୋଇଥାଏ।
-ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ୨ଚାମଚ ସୋରିଷ ତେଲରେ ରସୁଣର ୩ଟି କୋଲା ମିଶାଇ ତେଲକୁ ଗରମ କରନ୍ତୁ। ଏହି ନଖ ଉଷୁମ ତେଲକୁ ଗୋଡ଼ରେ ମାଲିସ୍ କରନ୍ତୁ। ଏହାଦ୍ବାରା ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିଥାଏ।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories