www.samajalive.in
Sunday, December 7, 2025
26.1 C
Bhubaneswar

ଭୋଜନ ସମୟରେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ..

ମାନ୍ୟତା ଅନୁଯାୟୀ , ପ୍ରାଚୀନ କାଳରୁ ହିଁ ଲୋକେ ଖାଦ୍ୟ ଖାଇବା ପରେ ଯେକୌଣସି ମିଠା ନିଶ୍ଚୟ ଖାଇଥାଆନ୍ତି। ହିନ୍ଦୁ ଶାସ୍ତ୍ର ଓ ଆୟୁର୍ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ମିଠା ଖାଇବା ସହ ଜଡ଼ିତ କିଛି କଥା ଓ ଭୋଜନର ଆରମ୍ଭରୁ ସର୍ବଦା ରାଗୁଆ କିମ୍ବା ଚଟପଟା ଖାଦ୍ୟରୁ ହିଁ ଆରମ୍ଭ କରିବା ଆବଶ୍ୟକ। ଏହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏହାର କାରଣ ଓ ଲାଭ ବିଷୟରେ…
ମସଲାଯୁକ୍ତ (ରାଗୁଆ) ଓ ଚଟପଟା –
ଖାଦ୍ୟ ଖାଇବାର ଆରମ୍ଭରେ ମସଲାଯୁକ୍ତ କିମ୍ବା ଚଟପଟା ଖାଇବା ଦ୍ୱାରା ପାଚନ ତନ୍ତ୍ର ସକ୍ରିୟ ରହିଥାଏ।
– ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଶରୀରରୁ ପାଚକ ରସ ଓ ଏସିଡ଼ିଟି କ୍ଷରଣ ହୋଇଥାଏ। ଯାହା ପାଚନ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ, ସଠିକ ଭାବେ କାର୍ୟ୍ୟ କରିବାକୁ ସହାୟକ ହୋଇଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ପାଚନ ତନ୍ତ୍ରରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ।
– ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ସଠିକ ସମୟରେ ଭୋକ ହୋଇଥାଏ। କାର୍ୟ୍ୟ କରିବାର ଇଚ୍ଛା ଶକ୍ତି ବୃଦ୍ଧି ପାଇଥାଏ।
ମିଠା ଜାତୀୟ ଖାଦ୍ୟ –
ମିଠା ଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ ରହିଥାଏ। ଯାହା ପାଚନ କ୍ରିୟାକୁ ଧୀର କରିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ।
– ମିଠା ଖାଇବା ପରେ ମେରୋଟେନିନ ନାମକ ହରମୋନର ସ୍ତର ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ମିଠା ଖାଇବା ପରେ ଆପଣଙ୍କୁ ଖୁସିର ଅନୁଭବ ହୋଇଥାଏ।
– ଯେଉଁ ସମୟରେ ଆପଣ ଅଧିକ ମାତ୍ରାରେ ଖାଦ୍ୟ ଖାଇ ଦେଇଥାଆନ୍ତି , ଅନେକ ସମୟରେ ବ୍ୟସ୍ତ ଭଳି ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ପେଟରେ ଜଳାପୋଡା କମ ହୋଇଥାଏ, ଏସିଡିଟି ମଧ୍ୟ ହୋଇନଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories