www.samajalive.in
Monday, December 8, 2025
14.1 C
Bhubaneswar

ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ : ମିଳିବ ଶୁଭଫଳ

କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର ଅନୁଯାୟୀ ପାଳନ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳିଥାଏ। ଜାଣନ୍ତୁ ..

ସୋମବାର –
ଏହି ବାର ଦିନ ଘରୁ ବାହାରକୁ ଯିବା ସମୟରେ ଦର୍ପଣ ଦେଖନ୍ତୁ। ଆପଣଙ୍କୁ କାର୍ୟ୍ୟରେ ସଫଳତା ମିଳିବ। ମାତ୍ର ଭଙ୍ଗା ଦର୍ପଣ ଦେଖିବେ ନାହିଁ।
ମଙ୍ଗଳବାର –
ମଙ୍ଗଳବାର ଦିନ ଗୁଡ଼ ଖାଇ ଘରୁ ବାହାରକୁ ଯାଆନ୍ତୁ। ଗୁଡ଼ ଯେପରି ମିଠା , ଦିନ ମଧ୍ୟ ସେଭଳି ଶୁଭଫଳ ଦେଇଥାଏ। ଗୁଡ଼ ବ୍ୟତୀତ ଆପଣଙ୍କୁ ଯେଉଁ ମିଠା ପସନ୍ଦ ତାହା ମଧ୍ୟ ଖାଇପାରିବେ।
ବୁଧବାର –
ଏହି ବାରରେ ଧନିଆ ପତ୍ର ଖାଇ ଘରୁ ଯାଆନ୍ତୁ, କାର୍ୟ୍ୟରେ ସଫଳତା ନିଶ୍ଚୟ ମିଳିବ
ଗୁରୁବାର –
ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ସହ ଜିରା ଖାଇ ଯାଆନ୍ତୁ। ଦିନଟିରେ ପ୍ରତ୍ୟେକ କାର୍ୟ୍ୟରେ ଶୁଭଫଳ ମିଳିବ।
ଶୁକ୍ରବାର –
ଏଭଳି ଦେଖିବାକୁ ଗଲେ ପ୍ରତ୍ୟେକ ଶୁଭକାର୍ୟ୍ୟରେ ଯିବା ପୂର୍ବରୁ ଦହି ଚିନି ଖିଆଯାଏ। ମାତ୍ର ଶୁକ୍ରବାର ଦିନ ଦହି ଖାଇ ଘରୁ ଯିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।
ଶନିବାର –
ଏହି ବାର ଶନିଦେବଙ୍କୁ ସମର୍ପିତ ଅଟେ। ଶନିବାର ଦିନ ଅଦା ଖାଇ ଘରୁ ବାହାରକୁ ଯିବା ଦ୍ୱାରା କାର୍ୟ୍ୟରେ ଥିବା ବାଧାବିଘ୍ନ ଦୂର ହୋଇ ସଫଳତା ମିଳିଥାଏ।
ରବିବାର –
ଛୁଟି ଦିନ ଅର୍ଥାତ ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ପାନ ଖାଇ ଯାଆନ୍ତୁ। ଏପରି କରିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories