ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ଗ୍ରାମରେ ଧୁମ୍ଧାମ୍ରେ ପାଳିତ ହୋଇଛି ବିଦ୍ୟାଦାତା ଗଜାନନଙ୍କ ପୂଜା। ଗ୍ରାମରେ ୬ଟି ମଣ୍ଡପରେ ଗତ ୯ ଦିନ ଧରି ଗଣେଶଙ୍କ ମୃଣ୍ମୟ ପ୍ରତିମା ପୂଜା ପାଉଥିବା ବେଳେ ମଙ୍ଗଳବାର ସନସାଇନ କ୍ଲବ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଗଜାନନଙ୍କ ଆଜ୍ଞାଲଡୁ ନିଲାମ କରାଯାଇଥିଲା। ନିଲାମରେ ନିଜିଗଡ଼ରେ ଥିବା ରାଣୀ ଏଜେନ୍ସିର ସ୍ୱତ୍ତ୍ୱାଧିକାରୀ ବିଷ୍ଣୁସେନ ପାଲ ସର୍ବାଧିକ ୧୭,୦୦୦ ଟଙ୍କା ଦେଇ ଆଜ୍ଞାଲଡୁକୁ ନେଇଥିଲେ। ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଆଜ୍ଞାଲଡୁ ପ୍ରଦାନ କରିଥିଲେ।
Popular Categories



