ଡେସ୍କ: ଡେଙ୍ଗୁ ରୋଗର ନିରାକରଣ ତଥା ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମନସୁଖ ମାଣ୍ଡବ୍ୟ। ଆଜି ଏ ନେଇ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଡେଙ୍ଗୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି। ଡେଙ୍ଗୁ ନିରାକରଣ ଏବଂ ପରିଚାଳନା ବ୍ୟବସ୍ଥାକୁ ମଜବୁତ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ତାଲିମ ଦିଆଯାଇଛି ବୋଲି ସେ କହିଛନ୍ତି। ଡେଙ୍ଗୁ ରୋକିବା ପାଇଁ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଡଃ ମାଣ୍ଡବ୍ୟ ମଧ୍ୟ ରାଜ୍ୟମାନଙ୍କୁ କହିଛନ୍ତି। ଡେଙ୍ଗୁ ନିରାକରଣ ଏବଂ ନିୟନ୍ତ୍ରଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି।
ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଏଲ.ଏସ୍. ଚାଙ୍ଗସନ୍, ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ ଏବଂ ଡଃ ମନସ୍ୱୀ କୁମାର, ବରିଷ୍ଠ ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଉପସ୍ଥିତ ଥିଲେ।



