www.samajalive.in
Friday, December 12, 2025
16.1 C
Bhubaneswar

ତିଗିରିଆ:ଡାକବାଜିରେ ଚାଷୀଙ୍କୁ ସତର୍କ କଲା କୃଷି ବିଭାଗ

ତିଗିରିଆ: ବାତ୍ୟା ଜୱାଦକୁ ନେଇ ତିଗିରିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଗୁରୁବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳର ଚାଷୀଙ୍କୁ ସତର୍କ କରାଯାଇଛି। ବ୍ଲକର ୧୪ଗୋଟି ପଞ୍ଚାୟତରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ସମ୍ପର୍କରେ ସଚେତନ କରାଯାଇ ବିଭିନ୍ନ ସଲକୁ କିଭଳି ଭାବେ ଚାଷୀ ସୁରକ୍ଷିତ ରଖିବେ ତାହା କୁହାଯାଇଛି। ବିଶେଷ କରି ଧାନ ‘ସଲ ଯାହା ୮୫ପ୍ରତିଶତ ପାଚିଯାଇଛି ତାହାକୁ ତୁରନ୍ତ ଅମଳ କରି ସୁରକ୍ଷିତ ରଖିବା, ପରିପକ୍ୱ ହୋଇଯାଇଥିବା ପନିପରିବାକୁ ତୋଳି ଆଣିବାକୁ ପରାମର୍ଶ ଦିଆଯାଇଛି।

 

- Advertisement -

ଏହାଛଡ଼ା ଆସନ୍ତା ୪/୫ଦିନ ପାଇଁ ଚାଷୀ କୌଣସି ରବି ସଲ ବୁଣାବୁଣି ନକରିବାକୁ ପରାମର୍ଶ ଦିଆଯାଇଛି। ଏହି ଚାଷୀ ସତର୍କତା କାର୍ଯ୍ୟକ୍ରମକୁ ନେଇ କୃଷି କାର୍ଯ୍ୟାଳୟ ଠାରେ ତିଗିରିଆ ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ, ଉପାଧ୍ୟକ୍ଷ ଗୌରହରି ପରିଡ଼ା, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରଦୀପ୍ତ କିଶୋର କରଣ, ଜ୍ୟୋତିମର୍ୟୀ ସାହୁ, ଦିବ୍ୟଶଙ୍କର କିସାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories