ବୌଦ୍ଧ : ରାଜ୍ୟ ସରକାର ଜିଲା ଓ ଗ୍ରାମାଞ୍ଚଳସ୍ତରରେ ଖବରକାଗଜ ବିତରକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ହକର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସଂପୃକ୍ତ ଖବରକାଗଜର ସାମ୍ବାଦିକ ଓ ଖବରକାଗଜ ଏଜେଣ୍ଟମାନଙ୍କ ଦ୍ୱାରା ବିତରକମାନଙ୍କୁ ଚିହ୍ନଟ କରାଯିବ। ବୌଦ୍ଧରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଦେଇଥିବା ସୂଚନା ଅନୁଯାୟୀ ତିନିଦିନ ମଧ୍ୟରେ ହକରମାନେ ନିଜର ଆଧାରକାର୍ଡ, ବ୍ୟାଙ୍କ ପାସବୁକ, ଶିକ୍ଷାଗତ ପ୍ରମାଣପତ୍ର ଓ ପାସପୋର୍ଟ ଫଟୋ ସହିତ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ଜିଲା କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଆବଶ୍ୟକୀୟ କାଗଜପତ୍ର ନଥିଲେ କୌଣସି ଆବେଦନ ଫର୍ମ ରଖାଯିବନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ତେବେ ସରକାରଙ୍କ ଏହି ଯୋଜନା ଦ୍ୱାରା ଜିଲାରେ ପ୍ରାୟ ୧୦୦ ଜଣ ଖବରକାଗଜ ବିତରକ ଉପକୃତ ହେବେ। ସରକାରୀ ଯୋଜନା ନେଇ ବିତରକମାନେ ଖୁସି ପ୍ରକାଶ କରିଛନ୍ତି।
Popular Categories



