www.samajalive.in
Saturday, December 13, 2025
21.1 C
Bhubaneswar

ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ହୀରାଖଣ୍ଡ ଅଞ୍ଚଳରେ କରାଯାଉ

ସମ୍ବଲପୁର: ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜର ସ୍ୱାଧୀନତା ସଂଗ୍ରାମୀ କକ୍ଷରେ ହୀରାଖଣ୍ଡ ସାମୁଖ୍ୟର ଏକ ସଭା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ.ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ହୀରାଖଣ୍ଡ ଅଞ୍ଚଳକୁ ସ୍ଥାନାନ୍ତରିତ ହେଉ ବୋଲି ଦାବି କରାଯାଇଛି। ସହରର ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆୟୋଜିତ ଏହି ସଭାରେ ନୃସିଂହ ଗୁରୁ ସ୍ମୃତି କମିଟି, ଓଡିଶା ସାଂସ୍କୃତିକ ସମା, ନାରୀ ସେବା ସଂଘ, ହୀରାଖଣ୍ଡ ନାଗରିକ ପରିଷଦ, ଉର୍ତ୍ସଗ, ସମ୍ବଲପୁର ପ୍ରେସ କ୍ଲବ, ଚିତ୍ରଗୁପ୍ତ କଲ୍ୟାଣ ସଂଘ, ଜ୍ୟୋତି, ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଓ ସମନ୍ୱୟ ସମିତି, ସେତୁ, ଅଦୃଶ୍ୟ ନାଟ୍ୟ ଆଶ୍ରମ, ସ୍ୱାଧିନ ଫାଉଣ୍ଡେସନ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ, ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ, ଭୀମ ଭୋଇ ସାହିତ୍ୟ ସଂସଦ, ପଶ୍ଚିମାଞ୍ଚଳ ଏକତା ମଞ୍ଚ, ପରିଚୟ, ସୌରଭ ଫାଉଣ୍ଡେସନ, ହୀରାଖଣ୍ଡ ଫାଉଣ୍ଡେସନ, ସାରଥି ସଂସ୍ଥା କ୍ଲବ, ନାଟ୍ୟ କଳା ପରିଷଦ, ଜିଲା ଓକିଲ ସଂଘ, ଭରସା ପରିବାର ସମେତ ଅନେକ ଅନୁଷ୍ଠାନ ଯୋଗ ଦେଇଥିଲେ। ଏହା ସହିତ ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ଗିରିଶ ପଟେଲ, କଂଗ୍ରେସ ଜିଲା ଅନୁସୂଚିତ ଜନଜାତିର ସଭାପତି ସଞ୍ଜୀବ କୁମାର ଗର୍ଡିଆ, ଜିଲା କଂଗ୍ରେସ ଓବିସି ସେଲର ସଭାପତି ଜିତେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories