www.samajalive.in
Thursday, December 11, 2025
16.1 C
Bhubaneswar

ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ତିଗିରିଆ: ତିଗିରିଆ ବ୍ଲକରେ ମହିଳାମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ମିଶନଶକ୍ତି ଯୋଜନା ଜରିଆରେ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ମିଶନଶକ୍ତି ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ରହିଛି ବୋଲି କହିବା ସହିତ ମହିଳାଙ୍କ ବିକାଶ ହିଁ ପ୍ରକୃତ ବିକାଶ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକର ୮ଟି ପଞ୍ଚାୟତ ଯଥା ବଡ଼ନାଉପୁଟ, ହାଟମାଳ, ଗଦାଧରପୁର, ଭୋଗଡ଼଼ା, ସୋମପଡ଼ା, ଅଚଳକୋଟ, ଭିରୁଡ଼ା ଓ ବାଲିପୁଟର ୫୩ଜଣ ଦକ୍ଷ ନଥିପତ୍ର ଲେଖିକା, ୮ଜଣ ଗୋଷ୍ଠୀ ସହାୟିକା ଓ ୪ଜଣ ବ୍ୟାଙ୍କ ମିତ୍ରଙ୍କୁ ପୋଷାକ , ମୋବାଇଲେ ଫୋନ ଏବଂ ଗସ୍ତଖର୍ଚ୍ଚ ବାବଦ ମୋଟ ୪ଲକ୍ଷ ୫୬ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ୧୦ଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ଛେଳି ପାଳନ ବାବଦରେ ୧୧ଲକ୍ଷ ୫୦ହଜାର ଟଙ୍କାର ଋଣ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହିତ ଜୱାଦ ବାତ୍ୟା କ୍ଷତିଗ୍ରସ୍ତ ୫୦୪ଜଣ ମହିଳା ଚାଷୀଙ୍କୁ ପନିପରିବା ବିହନ ପୁଡ଼ିଆ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବଣ୍ଟନ କରିଥିଲେ। ଏହି ଅବସରରେ ପାଞ୍ଚଗାଁ ପଞ୍ଚାୟତର ନବନିର୍ମିତ ମିଶନଶକ୍ତି କାର୍ଯ୍ୟାଳୟ ଗୃହକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦ୍‍ଘାଟନ କରିଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories