ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡ଼ା ଗ୍ରାମର ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ଶ୍ରୀକ୍ଷେତ୍ର ଚନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଏକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନିଜ ଗ୍ରାମ ସୋମପଡ଼ାରେ ପଡ଼ିଆ ପଡ଼ିଥିବା ବିଭିନ୍ନ ସରକାରୀ ସ୍ଥାନଗୁଡ଼ିକରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯିବା ସହିତ ଲୋକଙ୍କୁ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଇଥିଲେ। ନିଜେ ଶ୍ରୀକ୍ଷେତ୍ର ଯୁବ ସହଯୋଗୀଙ୍କ ସହିତ ଘୁରିବୁଲି ଆକାଶିଆ, ପଟାସ, ଗମ୍ଭାରୀ ଆଦି ୧୫୦ଟି ଚାରା ରୋପଣ କରିଥିଲେ। ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ ରଖିଥିବା ଶ୍ରୀକ୍ଷେତ୍ରଙ୍କୁ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ପକ୍ଷରୁ ଚଳିତ ବର୍ଷ ପାଇଁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ସେ ୧୫୦ବିଭିନ୍ନ କିସମର ଚାରା କିଣି ରୋପଣ କରିଥିବା କହିଛନ୍ତି। ଏହି କାର୍ଯ୍ୟରେ ସିତୁନ ଡାକୁଆ ସହଯୋଗ କରିଥିଲେ।
Popular Categories



