www.samajalive.in
Friday, December 12, 2025
16.1 C
Bhubaneswar

ନବରଙ୍ଗପୁରରେ ଅହିଂସା ରଥକୁ ଭବ୍ୟ ସ୍ଵାଗତ

ନବରଙ୍ଗପୁର: ସ୍ବାଧୀନତାର ୭୫ ବର୍ଷ ଆଜାଦିକ। ଅମୃତ ମହୋତ୍ସବ ପାଳନ ଅବସରରେ ଦ୍ୱିତୀୟ ଦିନରେ ଅହିଂସା ରଥ ନବରଙ୍ଗପୁର ଜିଲ।ର ଦଶଟି ବ୍ଲକ୍ ଓ ଦୁଇଟି ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି। ଜିଲାସ୍ତରୀୟ ଅଧିକାରୀ, ବ୍ଲକ୍ ଓ ପୌର ପରିଷଦର ଅଧିକାରୀ, ଲୋକପ୍ରତନିଧି, ଆଶା କର୍ମୀ, ଅଙ୍ଗନ ୱାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଜନସାଧାରଣ ଆନନ୍ଦ ଉଲ୍ଲାସର ସହିତ ଅହିଂସା ରଥକୁ ସ୍ଵାଗତ କରିଛନ୍ତି। ଅପରାହ୍ନରେ ରଥ ନବରଙ୍ଗପୁର ସହରରେ ପହଁଚିବା ପରେ ଏକ ବିରାଟ ଶୋଭଯାତ୍ରା ସ୍ବାଧିନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପ୍ରତିମୂର୍ତ୍ତିରୁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ପାର୍କ ପର୍ଯ୍ୟନ୍ତ ପ୍ରାୟ ଚାରି କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ପର୍ଯ୍ୟନ୍ତ ଏକ ଶହ ଫୁଟର ତ୍ରିରଙ୍ଗା ସହିତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ନାଚ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସହର ପରିକ୍ରମା କରାଯାଇଥିଲା।

ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ।ପାଳ ଡକ୍ଟର କମଳ ଲୋଚନ ମିଶ୍ର, ନଗରପାଳ କୁନୁ ନାୟକ, ଅତିରିକ୍ତ ଜିଲ।ପାଳ ଭାସ୍କର ରଇତ, ଜିଲ।ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ଉପଜିଲାପାଳ ଅକ୍ଷୟ କୁମାର ରାଉତ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories