www.samajalive.in
Saturday, December 6, 2025
19.1 C
Bhubaneswar

ସାବଧାନ! ବୌଦ୍ଧ-କିଆକଟା ରାସ୍ତାରେ ବୁଲୁଛି ବାଘ

ହରଭଙ୍ଗା: ରାଜ୍ୟରେ ଦିନକୁ ଦିନ ବାଘ ସଂଖ୍ୟା ହ୍ରାସ ପାଉଛି। ଶିମିଳିପାଳ, ସାତକୋଶିଆ ଭଳି ଅଭୟାରଣ୍ୟଗୁଡ଼ିକରେ ମହାବଳ ସଂଖ୍ୟା କାଁ ଭାଁ ରହିଥିବା କୁହାଯାଉଛି। ମାତ୍ର ବୌଦ୍ଧ-କିଆକଟା ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ୫ଟି ମହାବଳ ବାଘ ଗୋଟିଏ ପରେ ଗୋଟିଏ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖିଲା ପରେ ଜଙ୍ଗଲରେ ବାଘ ଉପସ୍ଥିତି ସ୍ପଷ୍ଟ ହୋଇଛି।

ସୂଚନା ମତେ, ଗତକାଲି ବିଳମ୍ବିତ ରାତିରେ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ଯୁବ ବ୍ୟବସାୟୀ ସଜ୍ଜନ କୁମାର ଅଗ୍ରଓ୍ବାଲା ସମ୍ବଲପୁରରୁ ରେଢାଖୋଲ ଦେଇ ପୁରୁଣାକଟକ କାର୍ ଯୋଗେ ଫେରୁଥିଲେ। କିଆକଟା ପାଖାପାଖି ହେଲା ବେଳକୁ ରାତି ପ୍ରାୟ ୧୨ଟାରୁ ଊର୍ଦ୍ଧ୍ବ ହେବ କିଆକଟା-ବୌଦ୍ଧ ରାସ୍ତାରେ ଗୋଟିଏ ମହାବଳ ବାଘ ରାସ୍ତା ଅତିକ୍ରମ କରୁଥିବା ୨ଶହ ମିଟର ଦୂରରୁ ଦେଖିବାକୁ ପାଇଥିଲେ। ଏହାପରେ ଗାଡ଼ିକୁ ଅଟକାଇ ନିଜ ମୋବାଇଲରେ ଭିଡିଓ କରିଥିଲେ। ଗୋଟିଏ ପରେ ଗୋଟିଏ ଏପରିକି ୫ଟି ବାଘ ନିଜ ଛୁଆ ସହିତ ରାସ୍ତା ଅତିକ୍ରମ କରୁଥିବା ଦେଖି ଭୟଭୀତ ହୋଇଯାଇଥିଲେ। ବାଘ ଚଳପ୍ରଚଳ ଭିଡିଓ ଦେଖିବାପରେ ରାତିରେ ବୌଦ୍ଧ-କିଆକଟା ରାସ୍ତାରେ ଗଲାବେଳେ ପଥଚାରୀ ସାବଧାନର ସହିତ ଯିବାଆସିବା କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀଙ୍କୁ ସାବଧାନ କରାଇଛନ୍ତି ସଜ୍ଜନ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories