www.samajalive.in
Monday, December 8, 2025
24.1 C
Bhubaneswar

ରାଜସ୍ଥାନରୁ ଗଡିଲା ବନ୍ଦେ ଭାରତ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌‌କୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ବୁଧବାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍‌‌ ଜୟପୁର ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଆସନ୍ତାକାଲିଠାରୁ ଏହି ଟ୍ରେନ୍‌‌ ଆଜ୍‌‌ମେର୍‌‌ ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଚଳାଚଳ କରିବ। ଏହା ଜୟପୁର, ଅଲୱାର ଓ ଗୁରୁଗ୍ରାମରେ ରହଣୀ ସହ ଯାତ୍ରା‌  କରିବ । ଟ୍ରେନ୍‌‌ର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦିଲ୍ଲୀ ଓ ଜୟପୁର ମଧ୍ୟରେ ଯାତ୍ରାକୁ ସହଜ ସ ସୁଗମ କରିବ। ଶ୍ରୀ ମୋଦୀ କହିଛନ୍ତି ତାଙ୍କ ସରକାର ରେଳଯାତ୍ରାକୁ ସୁରକ୍ଷିତ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପକୁ ବହୁମାତ୍ରାରେ ସାହାଯ୍ୟ କରିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନ୍‌‌ ଏହି ଦୂରତାକୁ ୫ ଘଣ୍ଟା ୧୫ମିନିଟ୍‌‌ରେ ଅତିକ୍ରମ କରିବ। ସେହି ରୁଟ୍‌‌ରେ ଏହା ପୂର୍ବରୁ ସବୁଠୁ ଦ୍ରୁତଗାମୀ ଟ୍ରେନ୍‌‌ ଶତାବ୍ଦୀ ଏକ୍ସପ୍ରେସ୍‌‌  ୬ ଘଣ୍ଟା ୧୫ ମିନିଟ୍‌‌ ସମୟ ସହ ଯାତ୍ରା କରୁଥିଲା । ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ୬୦ ମିନିଟ୍‌‌ କମ୍ ସମୟରେ  ଲକ୍ଷ୍ୟସ୍ଥଳରେ ପହଞ୍ଚିବ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories