www.samajalive.in
Saturday, December 6, 2025
16.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତି କରିପାରନ୍ତି। ଭୋଜନ ତୃପ୍ତିଦାୟକ ହେବ। ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। କଳ୍ପନା ବିଳାସୀ ହେବେ।
ବୃଷ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସାମାନ୍ୟ ପୀଡ଼ାର ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ମାନସିକସ୍ତରରେ ଦୁର୍ବଳ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ମନା।
ମିଥୁନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ବହନ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ଲମ୍ବି ଆସିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ବ୍ୟବସାୟ ଲାଭଜନକ ହେବ।
କର୍କଟ: ଆକସ୍ମିକ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ ପଡ଼ିବ। ଶତ୍ରୁ ବଳବାନ୍‌ ଥିବାରୁ ତାକୁ ଭୟ ନ କରି ମୁକାବିଲା କରିବାକୁ ଚେଷ୍ଟା କରିବେ। ଧର୍ମ କାର୍ଯ୍ୟରେ ମନ ଦେବେ। ବ୍ୟକ୍ତି ବିଶେଷଙ୍କ ଦ୍ବାରା ଅନୁଗୃହୀତ ହେବେ। ଧର୍ମ କାର୍ଯ୍ୟ କରିବେ।
ସିଂହ: ବିବାଦୀୟ ଘଟଣାରୁ ଫାଇଦା ଉଠାଇପାରନ୍ତି। ସାଧନା ଫଳବତୀ ହେବ। ସୁଖ ସମ୍ମାନ ଲାଭ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯାତ୍ରାକାଳୀନ ସୁଖ-ସମୃଦ୍ଧ ଆଶାକରାଯାଏ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ।
କନ୍ୟା: ସୁଖ, ସ୍ନେହ, ଶ୍ରଦ୍ଧା ସହିତ ଧନାଦିଯୁକ୍ତ ହୋଇପାରନ୍ତି। କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ସାହସୀ ହେବେ। ପରିବାର ମିଳିତ ହେବେ। କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିବେ।
ତୁଳା: କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହାୟତା ଲାଭପ୍ରଦ ହେବ। କାର୍ଯ୍ୟରେ ବାଧା ଦେବାକୁ କେହି ଚେଷ୍ଟା କରିପାରନ୍ତି। ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଘାତଚନ୍ଦ୍ର ଯୋଗୁଁ ଜଳଯାତ୍ରା ନ କରିବା ଭଲ। ବିବାଦରେ ବିଜୟୀ ହେବେ। ସୁଖ-ସମ୍ମାନ ମିଳିବ।
ବିଛା: ଗୁପ୍ତଧନର ସନ୍ଧାନ ପାଇବେ। ଆଶାବାଦୀ ହୋଇପାରନ୍ତି। ଚିନ୍ତାବୃଦ୍ଧି ହୋଇପାରେ। ସୁକୁମାର ରୂପର ଅଧିକାରୀ ହେବେ। ଶାନ୍ତ ହେବେ। ନିପୁଣ ହୋଇପାରନ୍ତି। ମେଧାବୀ ହେବେ। ଜିତେନ୍ଦ୍ରିୟ, ବିଦ୍ବାନ୍‌ ଓ ଦୟାଳୁ ହୋଇପାରନ୍ତି।
ଧନୁ: ବ୍ୟବସାୟ ଲାଭଜନକ ହେବା କଷ୍ଟକର; ମାତ୍ର ସହଯୋଗୀଙ୍କ ସହାୟତା ହେଲେ ସଫଳତା ଲାଭ କରିବେ। ଦୀର୍ଘଦିନର ଆଶାପୂରଣ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। କ୍ଷତି ଭରଣା କରିପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହେବ।
ମକର: ହଠାତ୍‌ ଅର୍ଥାଭାବ ଦୂରେଇ ଯିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଖର୍ଚ୍ଚାନ୍ତ ହେବେ। ମିଷ୍ଟଭାଷୀ ହୋଇପାରନ୍ତି।
କୁମ୍ଭ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। ବୁଦ୍ଧି, ବିଦ୍ୟା ଓ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ସରକାରୀ ମାନ୍ୟତା ମିଳିବ।
ମୀନ: ଜଞ୍ଜାଳରୁ ମୁକ୍ତି ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ବନ୍ଧୁ ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ଉନ୍ନତି ଆଶାକରାଯାଏ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ବହୁବିଧ ଧନ ସବୁ କିଛି ମିଳିବ। ଉତ୍ତମ ଗୁଣର ହେବେ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories