ଗୁରୁବାର ରାଶିଫଳ ୦୪.୦୫.୨୦୨୩

ମେଷ: ସାହସୀ ହେବେ। ଶୁରବୀରର ମର୍ଯାଦା ପାଇବେ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ମାତୃ କଷ୍ଟକାରକ ହୋଇପାରନ୍ତି। ଭାଷାରେ କଟୁତା ପ୍ରକାଶ ପାଇପାରେ। ଉଦାର ସ୍ବଭାବ ଓ ପରୋପକାରୀ ହେବେ।
ବୃଷ: ସର୍ବଦା ହାସ୍ୟ ସୁଖସମ୍ପନ୍ନ ହେବେ। ଗଣିତଜ୍ଞ ହୋଇପାରନ୍ତି। କବି ହେବେ। ସୁନ୍ଦର ଦ୍ରବ୍ୟର ଅଭିଳାଷୀ ହେବେ। ଧନ ସଂଗ୍ରହ ନିମନ୍ତେ ସମୟ ଓ ଶକ୍ତିର ବିନିଯୋଗ କରିବେ। ରାଜସିକ ବିଦ୍ୟାଯୁକ୍ତ ହେବେ।
ମିଥୁନ: ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭଲ ବ୍ୟବସାୟୀ ହେବେ। ଅଳ୍ପ ସନ୍ତତିଯୁକ୍ତ ହୋଇପାରନ୍ତି। ପରାକ୍ରମୀ ହେବେ। ରାଜସିକ ଭୋଗ କରିପାରନ୍ତି। ଧାର୍ମିକ ଭାବନାଯୁକ୍ତ ହେବେ। ଅକୁଣ୍ଠିତ ଦାନ କରିପାରନ୍ତି।
କର୍କଟ: କଳା କୁଶଳୀ ହୋଇପାରନ୍ତି। ଦୈବୀ ଶକ୍ତିର ପୂର୍ଣ୍ଣ ସହାୟତା ପ୍ରାପ୍ତ ହେବେ। ବାକ୍‌ସିଦ୍ଧ ଓ ବାକ୍‌ ଚତୁର ହୋଇପାରନ୍ତି। ଲବ୍ଧ ପ୍ରତିଷ୍ଠିତ ହେବେ। ରାଜମାନ୍ୟ ମିଳିବ। ପ୍ରତାପୀ ହେବେ। ସଙ୍ଗୀତ ପ୍ରିୟ ହେବେ।
ସିଂହ: ସୁଶିକ୍ଷିତ ହେବେ। କର୍ମପ୍ରବୀଣ ହେବ। ସଂଗୀତ ପାରଦର୍ଶୀ ହେବେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଦୂରଦର୍ଶୀ ହେବେ। ଈଶ୍ବରୀୟ ସତ୍ତାର ଅନୁଭବୀ ହେବେ। ସତ୍ୟବକ୍ତା ହେବେ। ସେବକ ହେବେ।
କନ୍ୟା: ଧନବାନ୍‌ ହେବେ। କୁଳ ପ୍ରଦୀପ ହୋଇପାରନ୍ତି। ସୁଖୀ ଓ ଯଶସ୍ବୀ ହେବେ। ସ୍ବାଭିମାନୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଶିକ୍ଷାବିତ୍‌ ହେବେ। ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି।
ତୁଳା: ସୁଢ଼ଳ ଓ ସୁନ୍ଦର ଅବୟବଯୁକ୍ତ ହେବେ। ପ୍ରାଣପ୍ରିୟା ପ୍ରେମୀ ହେବେ। ଧୈର୍ଯ୍ୟବାନ୍‌ ଓ ଭାଗ୍ୟଶାଳୀ ହୋଇପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଶ୍ବଶୁର ଘର ତରଫରୁ ଧନ ଲାଭ ହୋଇପାରେ।
ବିଛା: ସୁବୁଦ୍ଧିସମ୍ପନ୍ନ ହେବେ। ନିଜ ପରିଜନ ପୋଷକ ହେବେ। ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଗୃହ ସୁଖ ମିଳିବ। ଶତ୍ରୁ ବିଜୟୀ ହେବେ। ସତ୍‌କର୍ମ କରି ଲୋକପୂଜ୍ୟ ହୋଇପାରନ୍ତି। ଧନ ଲାଭ ହୋଇପାରେ।
ଧନୁ: ସୁସ୍ଥ ଓ ନିରାମୟ ରହିବେ। ମୋକଦ୍ଦମାରେ ବିଜୟୀ ହେବେ। ନିର୍ବାଚନରେ କୃତକାର୍ଯ୍ୟ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ଓ ସଂଯମୀ ହେବେ। ଆତ୍ମଜ୍ଞାନ ଲାଭ କରିବେ।
ମକର: ଭାଗ୍ୟବାନ୍‌ ହୋଇପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିବେ। ବନ୍ଧୁପ୍ରେମୀ ଓ ନୀତିଜ୍ଞ ହେବେ। ଆୟୁଷ୍ମାନ୍‌ ହେବେ। ଯାନବାହନ ସୁଖ ମିଳିବ। ପ୍ରଖର ସ୍ମରଣ ଶକ୍ତିସମ୍ପନ୍ନ ହୋଇପାରନ୍ତି। ବେଳେବେଳେ ପ୍ରଭାବହୀନ ହେବେ।
କୁମ୍ଭ: ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଆୟୁଷ୍ମାନ୍‌ ହେବେ। ରାଜନୀତିଜ୍ଞ ଓ ଶତ୍ରୁ ବିନାଶକ ହୋଇପାରନ୍ତି। କଠିନ ପରିଶ୍ରମ କରି ଧନ ଅର୍ଜନ କରିପାରନ୍ତି। ମିତ୍ର ଓ ବନ୍ଧୁଙ୍କ ହିତକାରୀ ହେବେ।
ମୀନ: ମନ ପ୍ରସନ୍ନ ରହିବ। ଉତ୍ତମା ପତ୍ନୀଙ୍କ ସହାୟତା ମିଳିବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ ହୋଇପାରନ୍ତି। ସମାଲୋଚକ ହେବେ। ସଦାଚାରୀ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ।

Comments are closed.