ଗୁରୁବାର ରାଶିଫଳ ୦୬.୦୪.୨୦୨୩

ମେଷ: ଗୁରୁତ୍ବପୂର୍ଣ୍ଣ ଶ୍ରେଷ୍ଠ କାର୍ଯ୍ୟ କରିବାର ଦକ୍ଷତା ଆପଣଙ୍କର ଅଛି। ରାଜପୂଜା ମିଳିପାରେ। ଜଣେ ବିଶିଷ୍ଟ ଶାସ୍ତ୍ରବିତ୍‌ ହୋଇପାରନ୍ତି। ଧନବାନ୍‌ ହେବେ। ସତ୍ୟ ଉପରେ ପର୍ଯ୍ୟବସିତ କାର୍ଯ୍ୟକରି ପ୍ରଶଂସିତ ହେବେ।
ବୃଷ: ରାଜାଧିରାଜ ହୋଇପାରନ୍ତି। ଉତ୍ତମ ଗୁଣର ଆଧାର ହେବେ। ନୀତିଯୁକ୍ତ ଓ ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଯୁଦ୍ଧପ୍ରିୟ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହୋଇପାରନ୍ତି।
ମିଥୁନ: ପୁଣ୍ୟବାନ୍‌ ହେବେ। ସୁଶୀଳ ଓ ଶୁଦ୍ଧ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଜନବଲ୍ଲଭ ମର୍ଯାଦାପ୍ରାପ୍ତ ହେବେ। ଜନସାଧାରଣଙ୍କ ହିତ ସାଧନକାରୀ ହେବେ। ପରୋପକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।
କର୍କଟ: ବନ୍ଧୁତା ଅଧିକ ନିବିଡ଼ ହୋଇପାରେ। ଧର୍ମ କଥାନୁରକ୍ତ ହୋଇପାରନ୍ତି। ମନୋଜ୍ଞ ହୋଇପାରନ୍ତି। ସୁଖମଣ୍ଡଳ ସଜଳ-ଉଳ ହେବ। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି। ଶତ୍ରୁ ପଦାନତ ହେବ।
ସିଂହ: ସୁବର୍ଣ୍ଣାଦି ନାନା ମୂଲ୍ୟବାନ୍‌ ବସ୍ତୁ, ରତ୍ନ ଲାଭ କରିବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ରାଜପ୍ରାସାଦ ସଦୃଶ ନାନା ସୁଖୈଶ୍ବର୍ଯ୍ୟ ଭୋଗ କରିପାରନ୍ତି। ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ଶତ୍ରୁତାର ଅବସାନ ଘଟିବ। ରାଜତୁଲ୍ୟ ସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। ଆହାର ସୁଧାର ହେବ।
ତୁଳା: ରାଜଯୋଗ ଅଛି। ଅସାଧ୍ୟ ସାଧନ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବିଛା: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବିଭାଗୀୟ ସ୍ତରରୁ ପଦ, ପଦବୀ ମିଳିବାର ସୁଯୋଗ ଅଛି।
ଧନୁ: ନୀରୋଗ ଶରୀର ସମ୍ପନ୍ନ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍‌ ହେବେ। ଭାଷା ସରଳ, ସାବଲୀଳ ଓ ପ୍ରେମପୂର୍ଣ୍ଣ ହେବ। ବକ୍ତବ୍ୟ ମର୍ମସ୍ପର୍ଶୀ ହେବ। ଶାନ୍ତ ଓ ନିପୁଣ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ।
ମକର: ଧନବାନ୍‌ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେଇପାରନ୍ତି। ଜଣେ ଉପଯୁକ୍ତ ପରାମର୍ଶଦାତା ହେବେ। ସାମାଜିକ ସ୍ତରରେ ପ୍ରାଧାନ୍ୟ ରହିବ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।
କୁମ୍ଭ: ଉପସ୍ଥିତ ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ସାମାନ୍ୟ ଅସୁସ୍ଥ ଥାଇ ବି କର୍ମତତ୍ପର ରହିବେ। ବିଭାଗୀୟ ଅଧସ୍ତନଙ୍କ ପ୍ରତି ସ୍ନେହଶୀଳ ହୋଇପାରନ୍ତି।
ମୀନ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବାର ସୂଚନା ମିଳୁଛି। ରାଜବଂଶ ପୂଜିତ ହୋଇପାରନ୍ତି। ଅଧିକାଂଶ ସମୟ ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ। ପିଲାଙ୍କ ପ୍ରତି ଯତ୍ନବାନ୍‌ ହେବେ।

Comments are closed.