www.samajalive.in
Friday, December 5, 2025
16.1 C
Bhubaneswar

ଗୁରୁବାର ରାଶିଫଳ ୦୬.୦୪.୨୦୨୩

ମେଷ: ଗୁରୁତ୍ବପୂର୍ଣ୍ଣ ଶ୍ରେଷ୍ଠ କାର୍ଯ୍ୟ କରିବାର ଦକ୍ଷତା ଆପଣଙ୍କର ଅଛି। ରାଜପୂଜା ମିଳିପାରେ। ଜଣେ ବିଶିଷ୍ଟ ଶାସ୍ତ୍ରବିତ୍‌ ହୋଇପାରନ୍ତି। ଧନବାନ୍‌ ହେବେ। ସତ୍ୟ ଉପରେ ପର୍ଯ୍ୟବସିତ କାର୍ଯ୍ୟକରି ପ୍ରଶଂସିତ ହେବେ।
ବୃଷ: ରାଜାଧିରାଜ ହୋଇପାରନ୍ତି। ଉତ୍ତମ ଗୁଣର ଆଧାର ହେବେ। ନୀତିଯୁକ୍ତ ଓ ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଯୁଦ୍ଧପ୍ରିୟ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହୋଇପାରନ୍ତି।
ମିଥୁନ: ପୁଣ୍ୟବାନ୍‌ ହେବେ। ସୁଶୀଳ ଓ ଶୁଦ୍ଧ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଜନବଲ୍ଲଭ ମର୍ଯାଦାପ୍ରାପ୍ତ ହେବେ। ଜନସାଧାରଣଙ୍କ ହିତ ସାଧନକାରୀ ହେବେ। ପରୋପକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।
କର୍କଟ: ବନ୍ଧୁତା ଅଧିକ ନିବିଡ଼ ହୋଇପାରେ। ଧର୍ମ କଥାନୁରକ୍ତ ହୋଇପାରନ୍ତି। ମନୋଜ୍ଞ ହୋଇପାରନ୍ତି। ସୁଖମଣ୍ଡଳ ସଜଳ-ଉଳ ହେବ। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି। ଶତ୍ରୁ ପଦାନତ ହେବ।
ସିଂହ: ସୁବର୍ଣ୍ଣାଦି ନାନା ମୂଲ୍ୟବାନ୍‌ ବସ୍ତୁ, ରତ୍ନ ଲାଭ କରିବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ରାଜପ୍ରାସାଦ ସଦୃଶ ନାନା ସୁଖୈଶ୍ବର୍ଯ୍ୟ ଭୋଗ କରିପାରନ୍ତି। ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ଶତ୍ରୁତାର ଅବସାନ ଘଟିବ। ରାଜତୁଲ୍ୟ ସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। ଆହାର ସୁଧାର ହେବ।
ତୁଳା: ରାଜଯୋଗ ଅଛି। ଅସାଧ୍ୟ ସାଧନ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବିଛା: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବିଭାଗୀୟ ସ୍ତରରୁ ପଦ, ପଦବୀ ମିଳିବାର ସୁଯୋଗ ଅଛି।
ଧନୁ: ନୀରୋଗ ଶରୀର ସମ୍ପନ୍ନ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍‌ ହେବେ। ଭାଷା ସରଳ, ସାବଲୀଳ ଓ ପ୍ରେମପୂର୍ଣ୍ଣ ହେବ। ବକ୍ତବ୍ୟ ମର୍ମସ୍ପର୍ଶୀ ହେବ। ଶାନ୍ତ ଓ ନିପୁଣ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ।
ମକର: ଧନବାନ୍‌ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେଇପାରନ୍ତି। ଜଣେ ଉପଯୁକ୍ତ ପରାମର୍ଶଦାତା ହେବେ। ସାମାଜିକ ସ୍ତରରେ ପ୍ରାଧାନ୍ୟ ରହିବ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।
କୁମ୍ଭ: ଉପସ୍ଥିତ ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ସାମାନ୍ୟ ଅସୁସ୍ଥ ଥାଇ ବି କର୍ମତତ୍ପର ରହିବେ। ବିଭାଗୀୟ ଅଧସ୍ତନଙ୍କ ପ୍ରତି ସ୍ନେହଶୀଳ ହୋଇପାରନ୍ତି।
ମୀନ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବାର ସୂଚନା ମିଳୁଛି। ରାଜବଂଶ ପୂଜିତ ହୋଇପାରନ୍ତି। ଅଧିକାଂଶ ସମୟ ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ। ପିଲାଙ୍କ ପ୍ରତି ଯତ୍ନବାନ୍‌ ହେବେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories