କଲମପୁର : ହଠାତ୍ ଆକାଶରେ ଦେଖା ଦେଇଥିଲା କଳାହାଣ୍ଡିଆ ମେଘ। କେହି କିଛି ବୁଝିବା ଆଗରୁ ବିଜୁଳି ପରେ ବିଜୁଳି ଓ ଘଡଘଡି ସହ ବର୍ଷା ଓ ପବନ ମାଡି ଆସିଥିଲା। ଯିଏ ଯେଉଁଠିକି ପାରିଲେ ଦୌଡୁଥିଲେ ନିଜ ଜୀବନର ସୁରକ୍ଷା ପାଇଁ। ହଠାତ୍ ଏକ ବଜ୍ରପାତ ହେଇଥିଲା ଇଛାପୁର ଗ୍ରାମ ଅଧିନସ୍ଥ ଦାମୋଦର ପାତ୍ରଙ୍କ ଘର ଉପରେ। ଘର କାନ୍ଥ ଭାଙ୍ଗି ଯାଇଥିବାବେଳେ ଘରେ ଥିବା ବିଭିନ୍ନ ଆସବାବ ପତ୍ର ଓ ରନ୍ଧା ଯାଇଥିବା ଖାଦ୍ୟ ପଡି ନଷ୍ଟ ହେଇଯାଇଥିବା ବେଳେ ବିଦ୍ୟୁତ୍ ଉପକରଣ ସବୁ ନଷ୍ଟ ହେଇଯାଇଛି। କିନ୍ତୁ ସୌଭାଗ୍ୟବସତଃ ଘରେ ଥିବା ୩ ଶିଶୁ ଓ ବୃଦ୍ଧା ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଏନେଇ ସୁଚନା ପାଇବା ପରେ ଦେପୁର ସରପଞ୍ଚ ଭୁକୁଲୁ ବାଗ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ସା ପ୍ରମୁଖ ପହଞ୍ଚି ଘଟଣା ଦେଖି ଥିଲେ। ଏନେଇ ତହସିଲଦାର କରିସ୍ମା ବେଶ୍ରାଙ୍କ ସହ ଯୋଗାଯୋଗ କରାଯିବା ପରେ ତୁରନ୍ତ କଲମପୁର ରାଜସ୍ୱ ନିରୀକ୍ଷକଙ୍କୁ ଘଟଣାସ୍ଥଳକୁ ପଠାଇ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଥିଲେ।
ଘର ଉପରେ ବଜ୍ରପାତ : ଅଳ୍ପକେ ବର୍ତ୍ତିଲେ ୩ ଶିଶୁଙ୍କ ସମେତ ବୃଦ୍ଧା
Popular Categories



