ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମୟର ଘୋର ଅଭାବ ରହିଛି । ଏଥି ଯୋଗୁଁ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେଇନଥାଉ । ଭୋକ ଲାଗିଲେ ଆମେ ଜଙ୍କ୍ ଫୁଡ୍ ପ୍ରତି ଆକର୍ଷିତ ହୋଇଥାଉ । ଏହି କରଣରୁ ପ୍ରାୟତଃ ମେଦବହୁଳତାର ଶିକାର ହେଉଥିବା ଦେଖିବାକୁ ମିଳେ । କୁହାଯାଏ ଜଙ୍କ୍ ଫୁଡରେ ଥିବା ଚିଜ୍ ଓଜନ ବୃଦ୍ଧି କରିଥାଏ । କିନ୍ତୁ ସବୁ ଚିଜ୍ ଓଜନ ବୃଦ୍ଧିରେ ସହାୟକ ହୁଏ, ତାହା ନୁହେଁ । ଏପରି କିଛି ଚିଜ୍ ରହିଛି ଯାହା ଶରୀରକୁ ପ୍ରୋଟିନ୍ ପ୍ରଦାନ କରିବା ସହ ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ତିନି ପ୍ରକାର ଚିଜ୍ ଯାହା ଓଜନ ବୃଦ୍ଧି କରେ ନାହିଁ ବରଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

କଟେଜ ଚିଜ୍ : ଯେଉଁମାନେ ସ୍ଲିମ୍ ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କଟେଜ୍ ଚିଜ୍ ଏକ ଉତ୍ତମ ବିକଳ୍ପ ହୋଇପାରେ । ଏଥିରେ ୫୦ ପ୍ରତିଶିତ ପ୍ରୋଟିନ୍ ରହିଥାଏ । ଏକ କପ୍ କଟେଜ୍ ଚିଜ୍ ରେ ପ୍ରାୟ ୧୬୩ କ୍ୟାଲୋରୀ ରହିଥାଏ ।

ପାରମେସାନ ଚିଜ୍ : ସ୍ବାସ୍ଥ୍ୟକର ସହ ସ୍ବାଦିଷ୍ଟ ଜଙ୍କ୍ ଫୁଡ୍ ଖାଇବାକୁ ଚାହୁଁଛନ୍ତି ତେବେ ପାରମେସାନ ଚିଜ୍ ବାଛି ପାରନ୍ତି । ଏଥିରେ ପ୍ରୋଟିନ୍, କ୍ୟାଲସିୟମ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଏହା ସହ ଓଜନ କମ କରିବାରେ ମଧ୍ୟ ଏହି ଚିଜ୍ ସହାୟକ ହୋଇଥାଏ । ଏକ ଚାମଚ ପାରମେସାନ ଚିଜ୍ ରେ ୨୧ ପ୍ରତିଶତ କ୍ୟାଲୋରୀ ରହିଥାଏ । ଆପଣ ନିଜ ଇଚ୍ଛା ମୁତାବକ ସାଲାଡ ବା ସୁପରେ ଏହି ଚିଜ୍ କୁ ବ୍ୟବହାର କରି ପାରିବେ ।

ଫେଟା ଚିଜ୍ : ଫେଟା ଚିଜ୍ ଛେଳି ବା ମେଣ୍ଢା କ୍ଷୀରରୁ ପ୍ରସ୍ତୁତ କରାଯାଏ । ଏଥିରେ ଅଧିକ ମାତ୍ରାରେ ସୋଡିୟମ ରହିଥାଏ । ଯଦି ଏହାକୁ ଭୋଜନରେ ସାମିଲ କରୁଛନ୍ତି ତେବେ ଆପଣଙ୍କୁ ଅଧିକ ମାତ୍ରାରେ ପାଣି ପିଇବାକୁ ପଡିବ । ଫେଟା ଚିଜ୍ ବା ପନୀରରେ ବହୁତ କମ୍ ପରିମାଣର କ୍ୟାଲୋରୀ ରହିଥାଏ । ତେଣୁ ଓଜନ କମ୍ କରିବାରେ ଏହି ଚିଜ୍ ବହୁତ ସାହାଯ୍ୟ କରିଥାଏ । ୨୮ ଗ୍ରାମ ଫେଟା ଚିଜରେ ପ୍ରାୟ ୭୫ ପ୍ରତିଶତ କ୍ୟାଲୋରୀ ରହିଥାଏ ।



