www.samajalive.in
Saturday, December 6, 2025
23.1 C
Bhubaneswar

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ହତ୍ୟା ଧମକ; ଦୁବାଇରୁ ଦାଉଦ୍ ନାଁରେ ଆସିଛି ଫୋନ୍

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ସୂଚନାଅନୁସାରେ ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ ଆସିଛି । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମ୍ ର ଲୋକବୋଲି ଉଲ୍ଲେଖ କରି ଉଦ୍ଧବଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି । ମୁମ୍ବାଇ ପୁଲିସ ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି ।  ଉଦ୍ଧବଙ୍କୁ ଧମକ ମିଳିବା ପରେ ତାଙ୍କ ବାସଭବନର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି ।

 

ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମାତୋଶ୍ରୀରେ ଟେଲିଫୋନ ଅପରେଟରଙ୍କ ନିକଟକୁ ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ୨ଥର ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ଦାଉଦ୍ ଇବ୍ରାହିମର ଲୋକ ବୋଲି ଉଲ୍ଲେଖ କରି ମାତୋଶ୍ରୀକୁ ବୋମା ମାଡ଼ କରି ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଥିଲା ।

- Advertisement -

ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ୧୯ତମ ମୁଖ୍ୟମନ୍ତ୍ରୀ ଓ ସେ ୨୦୧୯ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । କଠୋରପନ୍ଥୀ ନେତା ବାଲାସାହେବ ଠାକରେଙ୍କ ପୁଅ ୨୦୦୨ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ ଓ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହେବାରେ ସେ ଠାକରେ ପରିବାରର ପ୍ରଥମ ସଦସ୍ୟ । ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories