www.samajalive.in
Sunday, December 7, 2025
15.1 C
Bhubaneswar

ସରକାରଙ୍କ ବିରୋଧରେ ଲଢ଼େଇ: ଦୁର୍ନୀତି ପ୍ରସଙ୍ଗରେ ବ୍ଲକରୁ ଜିଲା ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବିଜେପି

 କୋଭିଡ ଗାଇଡଲାଇନକୁ ସଂପୂର୍ଣ୍ଣ ରୂପେ ପାଳନ କରାଯାଇ ହେବ ଆନ୍ଦୋଳନ
 ମନରେଗା, କୋଭିଡ୍‍  ତ୍ରୁଟି,  ପିଏୱାଇ, କାମ୍ପା ଓ ଡିଏମ୍‍ଏଫ୍‍ ଫଣ୍ଡ ହେବ ପ୍ରସଙ୍ଗ

ଭୁବନେଶ୍ବର: ଦିନକ ତଳେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସରକାରଙ୍କ ବିରୋଧରେ ଲଢ଼େଇ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଆଗାମୀ ୩ ମାସ ନିମନ୍ତେ ଏଥିଲାଗି  ବିଭିନ୍ନ ଆନ୍ଦୋଳନ ଓ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଗତ କାଲି ରାଜ୍ୟକାର୍ଯ୍ୟକାରିଣୀରେ ବିରୋଧୀ ଦଳ ଉପନେତା ବିଧାୟକ  ବିଷ୍ନୁ ସେଠୀ ଆଗତ କରିଥିବା ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଆଧାରରେ   ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ବ୍ଲକରୁ ଆରମ୍ବ କରି ଜିଲ୍ଲା ପର୍ଯ୍ୟନ୍ତ ଆନ୍ଦୋଳନ ହେବାର ନିଷ୍ପତି ନିଆଯାଇଛି। କୋଭିଡ୍‍ ଗାଇଡଲାଇନକୁ ସଂପୂର୍ଣ୍ଣ ରୂପେ ପାଳନ କରାଯାଇ ଆନ୍ଦୋଳନ ହେବ ବୋଲି ରାଜ୍ୟ ଉପସଭାପତି  ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି ।

ଗତ କାଲି ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି  ଜେ.ପି.ନଡ୍ଡା କାର୍ଯ୍ୟକାରିଣୀକୁ ଉଦବୋଧନ ଦେଇଥିଲେ। ରାଷ୍ଟ୍ରୀୟ ଉପସଭାପତି  ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ୍‍ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରିଥିଲେ। କାର୍ଯ୍ୟକାରିଣୀରେ ରାଜ୍ୟର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ଏବଂ
ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ୍‍ ପ୍ରସ୍ତାବ ଆଗତ କରାଯାଇଛି।

- Advertisement -

କାର୍ଯ୍ୟକାରିଣୀର ନିଷ୍ପତି ଅନୁଯାୟୀ, ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ମନରେଗା ଯୋଜନାରେ ଅନିୟମିତତା, ପ୍ରମାଣ ସହ ଦାବି ପତ୍ର ପ୍ରଦାନ ସହ ପ୍ରେସ ବାର୍ତା ଜରିଆରେ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚିବାର ଅନୁଷ୍ଠିତ
ହେବ। ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ଯୋଜନାରେ ଅନିୟମିତତାକୁ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆନ୍ଦୋଳନ କରାଯିବା ସହ ଜିଲ୍ଲାପାଳମାନଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ସେହିପରି ସେପ୍ଟେମ୍ବର ୨୦ ତାରିଖରୁ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତୃଟି ସମ୍ବନ୍ଧୀୟ ବିଷୟକୁ ନେଇ ଦାବିପତ୍ର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ଦାବିପତ୍ର ପ୍ରଦାନ କରାଯିବ।

ଅକ୍ଟୋବର ୧୬ରୁ ୨୦ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରମାଣ ସହ ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହି ସମୟରେ ପିଡିଏସ ସ୍କିମ ଜରିଆରେ ଆସିଥିବା ଚାଉଳ ଓ ଡାଲିର ବଂଟନ ଅନିୟମିତତା ନେଇ ବ୍ଲକ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯିବ। ଜଳବନ୍ଦୀ ଚାଷ ଅଂଚଳ ଓ ସାର ତଥା କୃଷକ ସମସ୍ୟା ନେଇ ଆନ୍ଦୋଳନ କରାଯିବ। ସେହିପରି କାଂପା ଫଣ୍ଡ୍‍, ଡିଏମ୍‍ଏଫ୍‍ ଫଣ୍ଡ୍‍, ଓ.ଏମ୍‍.ବି.ଏ.ଆର୍‍.ଡି.ସି ., ଚତୁର୍ଦ୍ଦଶ ଅର୍ଥ କମିଶନର ଅର୍ଥ ପ୍ରସଙ୍ଗରେ ଆନ୍ଦୋଳନ କରାଯିବାର ନିଷ୍ପତି ଗ୍ରହଣ ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories