www.samajalive.in
Wednesday, December 10, 2025
16.1 C
Bhubaneswar

ମହାରାଷ୍ଟ୍ର, ଦିଲ୍ଲୀରୁ ଛୁଟୁଛି ପ୍ରବାସୀଙ୍କ ସୁଅ

ମୁମ୍ବଇ/ନୂଆଦିଲ୍ଲୀ: ଦେଶରେ କରୋନା ବିସ୍ଫୋରଣ ଚିନ୍ତାର ବିଷୟ ପାଲଟିଛି। ଦୈନିକ ସଂକ୍ରମଣ ୨ ଲକ୍ଷ ନିକଟତର ହୋଇଥିବାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଭଳି ରାଜ୍ୟ। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଠୋର ପଦକ୍ଷେପ ନେଇଛନ୍ତି। ଆସନ୍ତା ୧୫ ଦିନ ପାଇଁ ରାଜ୍ୟରେ ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର ବି ଲକଡାଉନ କଥା ଚିନ୍ତା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ରହୁଥିବା ପ୍ରବାସୀ ଶ୍ରମିକ ଏବେ ଘରମୁହାଁ ହୋଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ରାତି ୮ଟାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି କରୋନା କର୍ଫ୍ୟୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହାଦ୍ବାରା କରୋନା ଚେନ୍‌ ଭାଙ୍ଗିବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଫଳରେ ମହାରାଷ୍ଟରୁ ପ୍ରବାସୀଙ୍କ ପଳାୟନ ଆରମ୍ଭ ହୋଇଛି।

- Advertisement -

ମହାରାଷ୍ଟ୍ର ଏବଂ ଦିଲ୍ଲୀର ବିଭିନ୍ନ ଷ୍ଟେଶନ, ବସଷ୍ଟାଣ୍ଡରେ ଦୁଇ ଦିନ ହେଲାଣି ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳୁଛି। ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ସୁଅ ଛୁଟୁଛି। ଗତବର୍ଷ ଭଳି ଶ୍ରମିକମାନେ ଚାଲି ଚାଲି ମଧ୍ୟ ଘରକୁ ଫେରୁଛନ୍ତି। ଅନ୍ୟପଟେ ଗତଥର ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାରମାନେ କ୍ବାରେଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରିଥିଲେ। ପଞ୍ଚାୟତ ସ୍ତରରେ ପ୍ରବାସୀମାନଙ୍କୁ ସ୍ବତନ୍ତ୍ର ଭାବେ କ୍ବାରେଣ୍ଟାଇନରେ ରଖିବାକୁ ସରପଞ୍ଚମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। କିନ୍ତୁ ଏଥର ସେଭଳି କିଛି ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିନାହିଁ। ଫଳରେ ପ୍ରବାସୀମାନେ ଫେରିବା ପରେ ସମସ୍ୟାରେ ପଡ଼ିବା ସମ୍ଭାବନା ରହିଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories