www.samajalive.in
Sunday, December 7, 2025
14.1 C
Bhubaneswar

୧୦୮ ମେଗା ପିକ୍ସେଲ କ୍ୟାମେରା ଫୋନ ମାତ୍ର ୧୨ ହଜାରରେ, ଏହି କମ୍ପାନୀ ବଜାରକୁ ଆଣିଲା ନୂଆ ସ୍ମାର୍ଟଫୋନ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଗ୍ରାହକଙ୍କ ପାଇଁ ନୂଆ ସ୍ମାର୍ଟଫୋନ ଆଣିଛି ମୋବାଇଲ ନିର୍ମାତା କମ୍ପାନୀ ପୋକୋ। ଅଗଷ୍ଟ ୧ରେ ପୋକୋ ଏମ-୬ ପ୍ଲସ ନାମରେ ଏହି ଫୋନ ଲଞ୍ଚ କରିଥିବାବେଳେ ୫ ତାରିଖରୁ ବଜାର ପ୍ରବେଶ କରିଛି। ନୂଆ ବୈଶିଷ୍ଟ୍ୟ ସହିତ କମ୍‌ ଦାମରେ ଏହି ଫୋନକୁ କମ୍ପାନୀ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛି। ସବୁଠୁ ବଡ଼ କଥା ହେଉଛି, ଅଧିକ ମେଗା ପିକ୍ସେଲ ଥିବା କ୍ୟାମେରା ଫୋନକୁ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଏହା ବେଶ ସୁହାଇବ। କାରଣ କମ୍ପାନୀ ଏହି ଫୋନରେ ୧୦୮ ମେଗା ପିକ୍ସେଲର ଡୁଆଲ କ୍ୟାମେରା ରଖିଛି। ତା’ ସାଙ୍ଗକୁ ୫୦୩୦ ମିଲିଆମ୍ପିୟର(ଏମଏଏଚ)ର ଶକ୍ତିଶାଳୀ ବ୍ୟାଟେରୀ ମଧ୍ୟ ରହିଛି।

୩ଟି ରଙ୍ଗରେ ଏହି ସ୍ମାର୍ଟଫୋନ ଉପଲବ୍ଧ ହେଉଛି। ମିଷ୍ଟି ଲାଭେଣ୍ଡର, ଆଇସ ସିଲଭର ଏବଂ ଗ୍ରାଫାଇଟ ବ୍ଲାକ ରଙ୍ଗରେ ଫୋନ ବଜାରକୁ ଆସିଛି। ଅନଲାଇନରେ ମୋବାଇଲ କିଣିଲେ କିଛି ଅଫର ସହିତ ଦାମ ଆହୁରି କମ୍‌ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

- Advertisement -

ଫୋନର ୨ଟି ଭାରିଆଣ୍ଟ ରହିଛି। ଗୋଟିଏରେ ୬ ଜିବି ରାମ୍‌ ଥିବାବେଳେ ଅନ୍ୟଟି ୮ ଜିବି ରାମ୍‌ ବିଶିଷ୍ଟ। ତା’ ସହିତ ଷ୍ଟୋରେଜ କ୍ଷମତା ୧୨୮ ଜିବି ରହିଛି। ଫୋନ ସହିତ ୩୩ ଓ୍ବାଟ୍‌ର ଫାଷ୍ଟ ଚାର୍ଜିଂ ବିଶିଷ୍ଟ ଚାର୍ଜର ଉପଲବ୍ଧ ହେଉଛି। ୬ ଜିବି ରାମ୍‌ ଭାରିଆଣ୍ଟର ମୂଲ୍ୟ ୧୩,୪୯୯ ଟଙ୍କା ଥିବାବେଳେ ଅନଲାଇନରେ ଏହାକୁ କିଣିଲେ ଅଫର ସହିତ ପ୍ରାୟ ୧୨୦୦୦ ଟଙ୍କାରେ ଗ୍ରାହକ ଏହାକୁ ପାଇପାରିବେ। ସେହିପରି ୮ ଜିବି ରାମ୍‌ ଭାରିଆଣ୍ଟର ମୂଲ୍ୟ୧୪,୪୯୯ ଟଙ୍କା ରଖାଯାଇଛି। ଫ୍ଲିପକାର୍ଟରେ ମଧ୍ୟାହ୍ନ ୧୨ଟାରୁ ଏହାର ପ୍ରଥମ ବିକ୍ରୟ ଆରମ୍ଭ ହେଉଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories