www.samajalive.in
Wednesday, December 10, 2025
26.1 C
Bhubaneswar

‘* ‘ଚିହ୍ନ ଥିବା ୫୦୦ ଟଙ୍କିଆ ନୋଟ୍‌ ଅସଲି , ଏହା ଚଳିବ ବୋଲି କହିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ – ଗତ କିଛି ଦିନ ଧରି ସୋସିଆଲ୍‌ ମିଡିଆରେ ‘* ‘ଚିହ୍ନ ୫୦୦ ଟଙ୍କିଆ ନୋଟ୍‌କୁ ନେଇ ଅନେକ ଚର୍ଚ୍ଚା ହେଉଛି । କିଛି ଲୋକ ଏହାକୁ ନକଲି ଏହା ଚଳିବ ନାହିଁ ବୋଲି କହୁଥିଲେ । ମାତ୍ର ରିଜର୍ଭ ବ୍ୟାଙ୍କ ଏହା ଅସଲି ଟଙ୍କା ଏବଂ ଏହା ଚଳିବ ବୋଲି କହିଛି । ରିଜର୍ଭ ବ୍ୟାଙ୍କ ଏହି ନୂଆ ଟଙ୍କା ତିଆରି କରିଛି । ‘* ‘ଚିହ୍ନ ଟଙ୍କା ବଜାର ସହ ବ୍ୟାଙ୍କରେ ଚଳିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି ।

ଏହି ନୋଟରେ ‘* ‘ଚିହ୍ନ ରହିଛି । ନମ୍ବର ବା ସଂଖ୍ୟା ମଝିରେ ‘* ‘ଚିହ୍ନ ରହିଛି । ଏହା ସମ୍ପୂର୍ଣ୍ଣ ଅସଲି ନୋଟ୍‌ । ଆଗକୁ ସମସ୍ତ ୧୦ ଟଙ୍କିଆ ଠାରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ଯ୍ୟନ୍ତ ଏହି ‘* ‘ଚିହ୍ନ ଥିବା ନୋଟ୍‌ ଆସିବ ବୋଲି ସୂଚନା ଦିଆଯାଇଛି ।

- Advertisement -

ଏବେ ତିନୋଟି ଅକ୍ଷର ପରେ ‘* ‘ଚିହ୍ନ ଦିଆଯାଇଛି । ଏହା ରିପ୍ରିଣ୍ଟ ବା ଦ୍ୱିତୀୟଥର ପ୍ରିଣ୍ଟ ହୋଇଥିବା ନୋଟ୍‌ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ରିପ୍ରିଣ୍ଟ ପାଇଁ ଏହି ନୂଆ ନୀତି ପ୍ରଣୟନ କରାଯାଇଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories