www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନ ପଳାୟନ କରିଥିବା ଭାରତୀୟ ଅଞ୍ଜୁ ସେଠାରେ ବିବାହ ପରେ – କହୁଛନ୍ତି ଏହି କଥା

ନୂଆଦିଲ୍ଲୀ – ପାକିସ୍ତାନକୁ ପଳାଇଥିବା ଅଞ୍ଜୁ ଏବେ ଭାରତକୁ ଆସିବା ପାଇଁ ତାଙ୍କର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିବା କଥା କହିଛନ୍ତି  । ବିବାହିତ ଅଞ୍ଜୁ ସୋସିଆଲ୍‌ ମିଡିଆ ଫେସ୍‌ବୁକ୍‌ରେ ପାକିସ୍ତାନର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଏହା ପରେ ସେ ଅଟାରୀ ସୀମା ପାର ହୋଇ ପାକିସ୍ତାନକୁ ପଳାଇଥିଲେ ।

ଅଞ୍ଜୁ ରାଜସ୍ଥାନ ଭିବାଡୀର ବାସିନ୍ଦା । ସେ ତାଙ୍କ ପତି ଅରବିନ୍ଦ ଏବଂ ଦୁଇ ଜଣ ଛୋଟ ପିଲାଙ୍କୁ ଛାଡି ପାକିସ୍ତାନ ପଳାୟନ କରିଛନ୍ତି । ସେ ତାଙ୍କ ଭଉଣୀ ତଥା ଘର ଲୋକଙ୍କୁ ଯେଉଁ କମ୍ପାନୀରେ କାମ କରୁଛନ୍ତି , ସେହି କମ୍ପାନୀ ତାଙ୍କୁ ଗୋଆ ପଠାଉଥିବା କଥା କହିଥିଲେ । ଏହାପରେ ସେ ଦିଲ୍ଲୀ ଆସି ଅମୃତସର ଯାଇଥିଲେ । ସେଠାରୁ ସେ ଅଟାରୀ ଦେଇ ପାକିସ୍ତାନ ପଳାୟନ କରିଥିଲେ ।

- Advertisement -

ଏହି ସମୟରେ ସେ ତାଙ୍କ ସ୍ୱାମୀଙ୍କ ସହ ଓ୍ୱାଟସ୍‌ଆପ୍‌ରେ ଚାଟ୍‌ କରୁଥିଲେ । ସେ ଲାହୋରରେ ଥିବା କଥା କହିଥିଲେ । କିଛିଦିନ ପରେ ସେ ଫେରି ଆସିବେ ବୋଲି ତାଙ୍କ ସ୍ୱାମୀଙ୍କୁ କହିଥିଲେ । ହେଲେ ସେଠାରେ ସେ ନସରୁଲ୍ଲା ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସେଠାରେ ସେ ଇସଲାମ୍‌ ଗ୍ରହଣ କରିବା ପରେ ତାଙ୍କ ନାମ ଫତିମା ରଖାଯାଇଥିଲା । ସେଠାକାର ନାସିରୁଲ୍ଲାଙ୍କୁ ଅଦାଲତରେ ବିବାହ କରିଛନ୍ତି । ତାଙ୍କ ନିକାହ ବା ବିବାହ କଥା ପାକିସ୍ତାନ କର୍ତ୍ତୃପକ୍ଷ ପୃଷ୍ଟି କରିଛନ୍ତି ।

ଦୁଇ ବର୍ଷ ତଳେ ଅଞ୍ଜୁ ବିଦେଶରେ ଚାକିରି କରିବା ପାଇଁ ପାସପୋର୍ଟ ତିଆରି କରିଥିଲେ । ଏବେ ଏକ ସାକ୍ଷାତକାରରେ ଅଞ୍ଜୁ ତାଙ୍କର ଭାରତ ଆସିବା ପାଇଁ କୌଣସି ରାସ୍ତା ନାହିଁ ବୋଲି କହିଛନ୍ତି । ଏପରିକି ତାଙ୍କ ପରିବାର ଲୋକ କି ତାଙ୍କ ପିଲାମାନେ ମଧ୍ୟ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories