www.samajalive.in
Wednesday, December 10, 2025
23.1 C
Bhubaneswar

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ ଆସିବା ନେଇ ଆକଳନ କରୁଥିବାବେଳେ ନ୍ୟୁଜ୍-ପିଞ୍ଚ୍-ଏଆଇ ପଲିଟିକ୍ସର ଏକଜିଟ୍ ପୋଲରେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡା ମୁକାବିଲା ହେବା ସଙ୍କେତ ମିଳୁଛି। ଏଥିରେ କୁହାଯାଇଛି କି ଏନଡିଏକୁ ୧୨୧ ସିଟ୍ ମିଳିପାରେ। ତେବେ ମହାମେଣ୍ଟ ଖାତାକୁ ୧୧୯ ସିଟ୍ ଆସିବା ଅନୁମାନ କରାଯାଇଛି। ଏଥିରେ ୬ ସିଟ୍ ବୃଦ୍ଧି କିମ୍ବା ହ୍ରାସ ପାଇପାରେ। ତେବେ ଅନ୍ତିମ ଫଳାଫଳ ୧୪ ନଭେମ୍ବର ଶୁକ୍ରବାର ଜାରି ହେବ।

ଏଜେନ୍ସି ଅନ୍ୟାନ୍ୟ ଦଳ ଖାତାକୁ ୩ରୁ ୫ ସିଟ୍ ଯିବା ଆକଳନ କରିଛି। ଖାସ୍ କଥା ହେଉଛି ଏହି ଆକଳନରେ କୌଣସି ବି ଦଳକୁ ବହୁମତ ମିଳୁଥିବା ନଜର ଆସୁନି। ଏକଜିଟ୍ ପୋଲରେ କୁହାଯାଇଛି କି ଆରଜେଡି ୮୯-୯୭ ସିଟରେ ବଡ ଦଳ ହୋଇ ଉଭା ହୋଇପାରେ। ଅନ୍ୟପରେ ଦ୍ବିତୀୟ ସ୍ଥାନରେ ଭାରତୀୟ ଜନତା ପାର୍ଟି ୮୫-୯୩ ଆସନ ନିଜ ନାଁରେ କରିପାରେ। ଜନତା ଦଳ ୟୁନାଇଟେଡକୁ ୨୫-୩୧ , ଏଲଜେପିକୁ ୨-୪ ସିଟ୍ ମିଳିପାରେ। ମହାମେଣ୍ଟ ଦଳରେ କଂଗ୍ରେସକୁ ୧୪-୨୧, ଭିଆଇପିକୁ ୨-୩, ସିପିଆଇକୁ ୧-୨, ସିପିଆଇ(ଏମଏଲ)ଏଲକୁ ୨-୫ ଏବଂ ସିପିଆଇଏମକୁ ୧-୨ ସିଟ୍ ମିଳିବା ଅନୁମାନ କରାଯାଉଛି। ଆସନ ମାମଲାରେ ଏନଡିଏ ଆଗେଇ ଥିବାବେଳେ ଏକଜିଟ ପୋଲ୍ ଅନୁସାରେ ଭୋଟ୍ ସେୟାରିଂ ମାମଲାରେ ମହାମେଣ୍ଟ ଆଗରେ ରହିଛି। ରାଜ୍ୟରେ ଏନଡିଏ ଖାତାରେ ୩୮.୪ ପ୍ରତିଶତ ଭୋଟ୍ ଆସୁଥିବା ଦେଖିବାକୁ ମିଳୁଛି। ମହାମେଣ୍ଟକୁ ୩୯.୨ ପ୍ରତିଶତ ଭୋଟ୍ ମିଳିବା ଆକଳନ କରାଯାଉଛି। ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟିକୁ ୧୨.୭ ପ୍ରତିଶତ ଭୋଟ୍ ମିଳିପାରେ। ଅନ୍ୟାନ୍ୟ ଖାତାକୁ ୯.୮ ପ୍ରତିଶତ ଭୋଟ୍ ମିଳିପାରେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories