www.samajalive.in
Saturday, December 6, 2025
17.1 C
Bhubaneswar

୧୫ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏହି କମ୍ପାନୀ

ସମାଜ ଡିଜିଟାଲ ଡେସ୍କ: ଚାକିରି ହରାଇବାକୁ ଯାଉଛନ୍ତି ୧୫ ହଜାର କର୍ମଚାରୀ। ଆଇଟି କମ୍ପାନୀ ଇଣ୍ଟେଲ ଏହାର ୧୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ଖର୍ଚ୍ଚ କାଟ ଉଦ୍ଦେଶ୍ୟରେ କମ୍ପାନୀ ଏହି ପଦକ୍ଷେପ ନେବାକୁ ଯାଉଛି ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପ୍ୟାଟ୍‌ ଜେଲସିନ୍‌ଗର ଏକ ବିବୃତି ଜାରି କରି ଦର୍ଶାଇଛନ୍ତି। ଏହା କମ୍ପାନୀ ପାଇଁ ଏକ କଠିନ ନିଷ୍ପତ୍ତି ବୋଲି ସେ କହିଛନ୍ତି।

ଛଟେଇ ସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି, ନୂଆ ପରିଚାଳନା ମଡେଲ ସହିତ ଖାପଖୁଆଇ ଆଗକୁ ବଢ଼ିବା ଏବଂ କର୍ମଚାରୀଙ୍କ ଅବସରକାଳୀନ ସୁବିଧା ପରିସର ବୃଦ୍ଧି କରିବା ଲାଗି କମ୍ପାନୀ ପଦକ୍ଷେପ ନେଇଛି। ବର୍ତ୍ତମାନ କମ୍ପାନୀର ଖର୍ଚ୍ଚ ବହୁତ ମାତ୍ରାରେ ବୃଦ୍ଧି ପାଇଛି। ଯେଉଁଥିପାଇଁ ୧୫ ପ୍ରତିଶତ, ପ୍ରାୟତଃ ୧୫ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ହୋଇଥିବା ସିଇଓ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories