www.samajalive.in
Saturday, December 6, 2025
15.1 C
Bhubaneswar

ଅଳଙ୍କାର ଦୋକାନକୁ ୬୬ ଲକ୍ଷ ଜୋରିମାନା

ରାଉରକେଲା : ଜିଏସ୍‌ଟି ଠକେଇ ମେସର୍ସ କନକ ଅଳଙ୍କାରକୁ ମହଙ୍ଗା ପଡ଼ିଛି। ଜିଏସ୍‌ଟି ଆଦଲେଟ ଅର୍ଥରିଟିଙ୍କ ଅଦାଲତରେ କନକ ଅଳଙ୍କାର ଦଣ୍ଡିତ ହୋଇଛି। ପୂର୍ବରୁ ରାଉରକେଲା ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ର ମୂଳ ଜୋରିମାନା କାଏମ୍‌ ରହିଛି। ଟିକସ ଓ ଜୋରିମାନା ବାବଦକୁ ବ୍ୟବସାୟୀ ୬୬ ଲକ୍ଷ ୭୦ ହଜାର ୬୫୬ ଟଙ୍କା ପଇଠ କରିବାକୁ ଅଥରିଟି ନିର୍ଦେଶ ଦେଇଛନ୍ତି।

ରାଉରକେଲା ଜାଭେରୀ ବଜାର ଅନ୍ତର୍ଗତ ଦ୍ୱିବେଦୀ କମ୍ପ୍ଲେକ୍ସରେ ଥିବା କନକ ଅଳଙ୍କାର ମାଲିକ ଗ୍ରାହକଙ୍କଠାରୁ ଜିଏସ୍‌ଟି ବାବଦ ଟିକସ ଆଦାୟ କରୁଥିଲେ ହେଁ ବିଲ୍‌ ଦେଉ ନ ଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇ ଗତ ନଭେମ୍ବର ୯ତାରିଖ ସକାଳେ ରାଉରକେଲା ସିଟି ଜିଏସ୍‌ଟି ଏବଂ ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ ଉପାୟୁକ୍ତ ଜଗଦୀଶ ଶା’ଙ୍କ ନେତୃତ୍ୱରେ ବିଭାଗର ଅନ୍ୟାନ୍ୟ ଅଧିକାରୀ ଅଳଙ୍କାର ଦୋକାନରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ଦୁଇ ପାର୍ଟନର ବ୍ୟବସାୟୀ ବିନିତ ପ୍ରସାଦ ଓ ବିବେକ ପ୍ରସାଦ ଦୋକାନରେ ଉପସ୍ଥିତ ଥିଲେ। ଅଧିକାରୀମାନେ ବିକ୍ରି ଖର୍ଦ୍ଦି ଓ ଷ୍ଟକ ରେଜିଷ୍ଟର, ଜିଏସ୍‌ଟି ରିଟର୍ଣ୍ଣ ଫାଇଲ ସହିତ ଷ୍ଟକ ଯାଞ୍ଚବେଳେ ୨ କେଜି ୭୩୩ ଗ୍ରାମ ସୁନା ଓ ୩୨ କେଜି ୩୬୦ ଗ୍ରାମ ରୁପା ଅଳଙ୍କାର ଠାବ ହୋଇଥିଲା, ମାତ୍ର ଏସବୁ ଅଳଙ୍କାରର କୌଣସି କାଗଜପତ୍ର ମିଳି ନ ଥିଲା। ଏସବୁ ଅଳଙ୍କାର ମୂଲ୍ୟ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଥିଲା। ଷ୍ଟକରେ ଖାତାରେ ଏସବୁ ଅଳଙ୍କାରର କୌଣସି ହିସାବ ମିଳି ନଥିଲା। ତେଣୁ ଦୋକାନର ବିକ୍ରି ଖର୍ଦ୍ଦି ରେଜିଷ୍ଟର, ଷ୍ଟକ ରେଜିଷ୍ଟର, ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଓ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ ଆଦି ଜବତ କରାଯାଇଥିଲା।

- Advertisement -

ଏହାସହ ହିସାବ ବର୍ହିଭୂତ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଥିଲା। ଯେପର୍ଯ୍ୟନ୍ତ ତଦନ୍ତ ଶେଷ ନ ହୋଇଛି ସେ ସବୁ ଅଳଙ୍କାର ବିକ୍ରି ନ କରିବାକୁ ବିଭାଗ ଦୋକାନୀଙ୍କୁ ନିର୍ଦେଶ ଦେଇଥିଲା। ଜବତ କାଗଜପତ୍ର ଯାଞ୍ଚ ପରେ ହିସାବ ବର୍ହିଭୂତ ଅଳଙ୍କାର ମୂଲ୍ୟ ପ୍ରାୟ ୧ କୋଟି ୫୫ ଲକ୍ଷ ୧୩ ହଜାର ୧୫୦ ଟଙ୍କା ବୋଲି ଆକଳନ କରାଯାଇଥିଲା। ତେଣୁ ଟିକସ ବାବଦକୁ ୬୨ ଲକ୍ଷ ୫ ହଜାର ୨୬୦ ଟଙ୍କା ଓ ଜରିମାନା ବାବଦକୁ ୪ ଲକ୍ଷ ୬୫ ହଜାର ୩୯୬ ଟଙ୍କା ମିଶାଇ ମୋଟ୍‌ରେ ୬୬ ଲକ୍ଷ ୭୦ ହଜାର ୬୫୬ ଟଙ୍କା ପଇଠ କରିବାକୁ ଜିଏସ୍‌ଟି ବିଭାଗରୁ ନୋଟିସ ଯାଇଥିଲା। ଦୋକାନ ମାଲିକ ଏହା ବିରୋଧରେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ମାର୍ଚ୍ଚ ୧୧ ତାରିଖରେ ବିଭାଗୀୟ ଅଧିକାରୀମାନ ଦୋକାନରେ ଚଢ଼ଉ କରି ସେଠାରେ ଗଚ୍ଛିତ ରଖାଯାଇଥିବା ସୁନା ଓ ରୁପା ଅଳଙ୍କାର ଜବତ କରି କୋର୍ଟଙ୍କ ଜିମା ଦେବା ପାଇଁ ଯୋଜନା କରିଥିଲେ। ଅଧିକାରୀମାନେ ସଦଳବଳେ ଦୋକାନରେ ପଶିବା ମାତ୍ରେ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକେ ତୀବ୍ର ବିରୋଧ କରିଥିଲେ। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ମାତ୍ର ଦୋକାନୀ ମାଲିକ ଅଳଙ୍କାର ଦେଇ ନ ଥିଲେ। ତେଣୁ ସେ ଦିନ ରାତି ପ୍ରାୟ ୧୨ଟା ବେଳେ ଅଧିକାରୀମାନେ ଦୋକାନ ସିଲ୍‌ କରି ଦେଇଥିଲେ।

ଏହା ବିରୋଧରେ ଦୋକାନ ମାଲିକ ହାଇକୋର୍ଟରୁ ନିର୍ଦେଶ ଆଣି ଦୋକାନ ଖୋଲିବାରେ ସମର୍ଥ ହୋଇଥିଲେ। ଅନ୍ୟପକ୍ଷରେ ଏହି ମାମଲାର ବିଚାର ପାଇଁ ଜିଏସ୍‌ଟି ଆଦଲେଟ ଅଥରିଟିଙ୍କୁ ନିର୍ଦେଶ ଦେଇଥିଲେ। ପ୍ରାୟ ୪ ମାସର ବିଚାର ପରେ ଅଥରିଟି ମୂଳ ଜୋରିମାନା ୬୬ଲକ୍ଷ ୭୦ ହଜାର ୬୫୬ଟଙ୍କା ସଂକ୍ରାନ୍ତରେ ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି। ଏହି ଜୋରିମାନା ତୁରନ୍ତ ପଇଠ କରିବାକୁ କନକ ଅଳଙ୍କାର ଦୋକାନକୁ ଅଥରିଟି ନିର୍ଦେଶ ଦେଇଥିବା ଜଣାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories