ସିନ୍ଧୁ, ପ୍ରଣୟ, କଶ୍ୟପ ପ୍ରିକ୍ୱାର୍ଟରରେ

0

ବ୍ୟାଙ୍ଗ୍‍କକ୍‍ : ବୁଧବାର ଏଠାରେ ଥାଇଲାଣ୍ଡ ଓପନ୍‍ ବ୍ୟାଡ୍‍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହାର ପ୍ରଥମଦିନରେ ଭାରତୀୟ ଖେଳାଳିଙ୍କୁ ଭଲ ସଫଳତା ମିଳିଛି। ୩ ଭାରତୀୟ ଖେଳାଳି ପି.ଭି. ସିନ୍ଧୁ, ପାରୁପଲ୍ଲି କଶ୍ୟପ ଓ ଏଚ୍‍.ଏସ୍‍. ପ୍ରଣୟ ପ୍ରଥମ ରାଉଣ୍ଡରେ ବିଜୟୀହୋଇ ପ୍ରିକ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
ଅଲିମ୍ପିକ୍‍ସ ରୌପ୍ୟପଦକ ବିଜୟିନୀ ୨ୟ ସିଡ୍‍ ପି.ଭି. ସିନ୍ଧୁ ସହଜରେ ପ୍ରଥମ ରାଉଣ୍ଡରେ ୨୧-୮, ୨୧-୧୫େରେ ବୁଲ୍‍ଗେରିଆର ଲିଣ୍ଡା ଜେଚିରିଙ୍କୁ ପରାସ୍ତ କରିଛନ୍ତି। ୨ୟ ରାଉଣ୍ଡରେ ସିନ୍ଧୁ ହଂକଂର ପୁଇ ୟିନ୍‍ ୟିପ୍‍ଙ୍କ ମୁକାବିଲା କରିବେ। ମହିଳା ସିଙ୍ଗଲ୍‍ସରେ ଅନ୍ୟ ଭାରତୀୟ ଜେ. ବୈଷ୍ଣବୀ ରେଡ୍‍ଡୀ ଜାପାନର ସାୟାକା ସାତୋଙ୍କଠାରୁ ପରାସ୍ତ ହୋଇ ଯାଇଛନ୍ତି। ପୁରୁଷ ସିଙ୍ଗଲ୍‍ସରେ ୪ର୍ଥ ସିଡ୍‍ ପ୍ରଣୟ ସ୍ପେନ୍‍ର ପାବ୍‍ଲୋ ଆବିୟାନ୍‍ଙ୍କୁ ୨୧-୬, ୨୧-୧୯ରେ ପରାସ୍ତ କରିଛନ୍ତି। ୨ୟ ରାଉଣ୍ଡରେ ପ୍ରଣୟ ଥାଇଲାଣ୍ଡର ସୋନି ଡ୍ୱି କନ୍‍କୋରୋଙ୍କ ମୁକାବିଲା କରିବେ। ସୁସ୍ଥହୋଇ ବହୁତଦିନ ପରେ କୋର୍ଟରେ ଓହ୍ଲାଇଥିବା ଅଭିଜ୍ଞ ଭାରତୀୟ ଖେଳାଳି ପି. କଶ୍ୟପ ପ୍ରଥମ ରାଉଣ୍ଡରେ ସହଜରେ କାନାଡ଼ାର ଜେସନ୍‍ ଆଣ୍ଟୋନି ହୋ-ସୁଏଙ୍କୁ ୨୧-୧୫, ୨୧-୧୭ରେ ପରାସ୍ତ କରିଛନ୍ତି। ଗୁରୁବାର ପ୍ରିକ୍ୱାର୍ଟରରେ ପ୍ରଣୟ ଜାପାନର କାନ୍ତା ସୁନେୟାମାଙ୍କ ମୁକାବିଲା କରିବେ। ପୁରୁଷ ଡବଲ୍‍ସରେ ଭାରତର ମନୁ ଅତ୍ରି ଓ ବି. ସୁମିତ ରେଡ୍‍ଡୀ ପ୍ରଥମ ରାଉଣ୍ଡରେ ୪ର୍ଥ ସିଡ୍‍ ଚାଇନିଜ୍‍ ତାଇପେର ଚେଙ୍ଗ୍‍ ହୁଙ୍ଗ୍‍ ଲିଙ୍ଗ୍‍ ଓ ୱାଙ୍ଗ୍‍ ଚି-ଲିନ୍‍ଙ୍କୁ ୨୧-୧୮, ୧୫-୨୧, ୨୧-୧୭ରେ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍‍ସରେ ୩ଟି ଭାରତୀୟ ଯୋଡ଼ି ପରାସ୍ତ ହୋଇଥିବା ବେଳେ ମହିଳା ଡବଲ୍‍ସରେ ଜେ. ମେଘନା ଓ ପୂର୍ବିଶା ରାମ୍‍ ହାରି ଯାଇଛନ୍ତି।

Leave A Reply