ଦେଖନ୍ତୁ ଭିଡିଓ; ଛୁଆକୁ ଅପହରଣ କରୁଥିଲେ ଯୁବକ, ଏମିତି ଜୀବନ ବଞ୍ଚାଇଲେ ମାଆ

ନୂଆଦିଲ୍ଲୀ : ମାଆ ନିଜ ଛୁଆ ପାଇଁ ଯେକୌଣସି ସମସ୍ୟାର ସାମ୍ନା କରି ପାରେ । ଛୁଆ ଉପରକୁ ବିପଦ ଆସିଲେ ମାଆ ପ୍ରଥମେ ଦୂର କରେ । ନିକଟରେ ସୋସିଆଲ ମିଡିଆରେ ମାଆ ଓ ଛୁଆର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଆଶ୍ଚର୍ଯ୍ୟଚକିତ ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି । ଏଠାରେ ମାଆର ସାହସ ପାଇଁ ବଞ୍ଚି ଯାଇଛି ଛୁଆର ଜୀବନ । ଭିଡିଓକୁ ଦେଖି ସଭିଏଁ ମହିଳାଙ୍କ ସାହସକୁ ପ୍ରଂଶସା କରିଛନ୍ତି ।


ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ, ବାଇକ୍‌ରେ ଥିବା ୨ ଯୁବକ ଏକ ଗଳି ରାସ୍ତାରେ ପହଞ୍ଚିଛନ୍ତି । ଘର କବାଟ ପାଖରେ ଏକ ଛୁଆକୁ ଦେଖି ଅଟକି ରହିଛନ୍ତି । ସେହି ସମୟରେ ପିଲାଟିକୁ ଅପହରଣ କରିବାକୁ ଉଦ୍ୟମ କରୁଛନ୍ତି । ପିଲାଟିକୁ ନେଇ ବାଇକ୍‌ରେ ବସାଇବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ ଶିଶୁର ମାଆ ଆସି ନିଜ ଛୁଆକୁ ଟାଣି ଧରିଛନ୍ତି । ଉକ୍ତ ୨ ଯୁବକଙ୍କ ମଧ୍ୟରୁ ଜଣେ ଖସି ପଳାଉଛି । ମାତ୍ର ଅନ୍ୟ ଜଣଙ୍କୁ ମହିଳା ଧରି ମାଡ ମାରିଛନ୍ତି । ଭିଡିଓଟିକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମାତ୍ର ୨ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ : ଏହି ରାଶିଙ୍କୁ କୋଟିପତି କରିବେ ସୂର୍ଯ୍ୟ-ବୁଧ, ହେବେ ମାଲାମାଲ୍‌, ହେବ ବିବାହ..

ଦେଖନ୍ତୁ ଭୟଙ୍କର ଭିଡିଓ ; କୋଳରୁ ନେଇ ୪ ମାସର ଶିଶୁକୁ ଝୁଣି ମାରିଦେଲା ପୋଷା କୁକୁର

Comments are closed.