www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭୟଙ୍କର ଭିଡିଓ ; କୋଳରୁ ନେଇ ୪ ମାସର ଶିଶୁକୁ ଝୁଣି ମାରିଦେଲା ପୋଷା କୁକୁର

ନୂଆଦିଲ୍ଲୀ : ଅହମଦାବାଦରେ ଏକ ଛାତିଥରା ଓ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ଘଟଣାଟି ହଇଚଇ ସହ ଭୟର ବାତାବରଣ ଖେଳାଇଛି । ଏଠାରେ ଏକ ପୋଷା ରଟ୍‌ୱିଲର୍‌ କୁକୁର ଆକ୍ରମଣ କରିବା ପରେ ୪ ମାସର ଏକ ଶିଶୁର ମୃତ୍ୟୁ ଘଟିଛି । ଘଟଣା ପରେ କୁକୁର ମାଲିକକୁ ପୁଲିସ ଗିରଫ କରିଛି । ଉକ୍ତ ବ୍ୟକ୍ତିଙ୍କ ନିକଟରେ ଅସାବଧାନତା କାରଣରୁ ମୃତ୍ୟୁ ଓ ହିଂସ୍ର ଜନ୍ତୁକୁ ଅସାବଧାନତା ସହ ରଖିବା ନେଇ ମାମଲା ରୁଜୁ ହୋଇଛି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ମେ’ ୨୦ରେ ଏକ୍ସରେ ଏହି ଭିଡିଓ ଶେୟାର କରାଯାଇଛି । ଏଥିରେ ସୂଚନା ମିଳିଛି, ରଟ୍‌ୱିଲର୍‌ କୁକୁର ଆକ୍ରମଣରେ ଏକ ୪ ମାସ ଶିଶୁର ମୃତ୍ୟୁ ଘଟିଛି । ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି।

- Advertisement -

ଏହି ଅଘଟଣ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି । ଶିଶୁର ମାଉସୀ ତା’କୁ କଲୋନୀକୁ ବୁଲାଇବାକୁ ଆଣିଥିଲେ । ସେଠାରେ ଅନ୍ୟାନ୍ୟ ଲୋକେ ମଧ୍ୟ କଥାବାର୍ତ୍ତା ହେଉଥିବା ଭିଡିଓରେ ଦେଖିପାରିବେ । ସେହି ସମୟରେ ମାଲିକ କୁକୁରର ପଟିକୁ ହାତରେ ଧରିଥିବା ଦେଖାଯାଉଛି। ମାତ୍ର କୁକୁରଟି ହଠାତ୍‌ ଦୌଡି ଯାଇ ଶିଶୁକୁ ଆକ୍ରମଣ କରୁଛି । ଏହାପରେ କୁକୁର ଶିଶୁକୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା । ଫଳରେ ଶିଶୁ ଗୁରୁତର ଆହତ ହୋଇଥିଲା । ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ହସ୍ପିଟାଲ ନେବା ପରେ ଶିଶୁକୁ କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଶିଶୁର ମାଉସୀଙ୍କ ପେଟ ଓ ଅଣ୍ଟାରେ ଗଭୀର ଆଘାତ ଲାଗିବା ସହ ତାଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ଶିଶୁର ପରିବାର ଲୋକଙ୍କ ଅଭିଯୋଗ ପରେ କୁକୁର ମାଲିକଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ କରାଯାଉଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ମଧ୍ୟ କୁକୁର ଅନେକ ଶିଶୁ ଓ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ।

ମାତ୍ର ୨ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ : ଏହି ରାଶିଙ୍କୁ କୋଟିପତି କରିବେ ସୂର୍ଯ୍ୟ-ବୁଧ, ହେବେ ମାଲାମାଲ୍‌, ହେବ ବିବାହ..

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories