ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍ ଭାରତୀୟ ବଜାରରେ ନିଜ ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ ରୋଡଷ୍ଟର ଏକ୍ସର ଡେଲିଭରୀ ୨ ଦିନ ପରଠୁ ଅର୍ଥାତ୍ ୨୩ ମେରୁ ଆରମ୍ଭ କରିବ । କମ୍ପାନୀ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛି । ବେଙ୍ଗାଲୁରୁ ସହରରେ ପ୍ରଥମ ପର୍ଯ୍ୟାୟରେ ଏହି ବାଇକ୍ ଡେଲିଭରୀ ଆରମ୍ଭ ହେବ ।
କମ୍ପାନୀର ଏହି ଏଣ୍ଟ୍ରି ଲେବଲ ଏକ୍ସ ସିରିଜରେ ୨ ମଡେଲ ରୋଡଷ୍ଟର ଏକ୍ସ ଓ ରୋଡଷ୍ଟର ଏକ୍ସ ପ୍ଲସ ଲଞ୍ଚ୍ କରାଯାଇଛି । ଏହି ମୋଟରସାଇକେଲ ଥରେ ଚାର୍ଜ କଲେ ୫୦୧ କିଲୋମିଟର ଯାତ୍ରା କରିପାରିବ । ରୋଡଷ୍ଟର ଏକ୍ସକୁ ୩ ବ୍ୟାଟେରୀ ପ୍ୟାକ୍ ଓ ରୋଡଷ୍ଟର ଏକ୍ସ ପ୍ଲସକୁ ୨ ବ୍ୟାଟେରୀ ପ୍ୟାକରେ ଲଞ୍ଚ୍ କରାଯାଇଛି । କମ୍ପାନୀ ଏହି ମୋଟରସାଇକେଲର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୮୯,୯୯୯ ଟଙ୍କା ସ୍ଥିର କରିଛି ।
ଓଲା ରୋଡଷ୍ଟର ଏକ୍ସକୁ ୩ ବ୍ୟାଟେରୀ ପ୍ୟାକରେ ଲଞ୍ଚ୍ କରିଛି । ଏଥିରେ ୨.୫ କିଲୋଓ୍ବାଟ୍, ୩.୫ କିଲଓ୍ବାଟ୍ ଓ ୪.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକ୍ ସାମିଲ । ଏଥିରେ ୭ କିଲୋଓ୍ବାଟ୍ ପିକ୍ ପାଓ୍ବର ବିଶିଷ୍ଟ ମୋଟର ମିଳିଥାଏ । ଏହାର ଟପ୍ ସ୍ପିଡ୍ ୧୧୮ କିଲୋମିଟର ପ୍ରତି ଘଣ୍ଟା । କମ୍ପାନୀ କହିଛି ଫୁଲ ଚାର୍ଜରେ ଏହା ୨୫୨ କିଲୋମିଟର ଯାତ୍ରା କରିବ । ୨.୫ କିଲୋଓ୍ବାଟ ବ୍ୟାଟେରୀ ପ୍ୟାକର ଦାମ୍ ୭୪,୯୯୯ ଟଙ୍କା, ୩.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକର ଦାମ୍ ୮୪,୯୯୯ ଟଙ୍କା ଏବଂ ୪.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକର ଦାମ୍ ୯୪,୯୯୯ ଟଙ୍କା ରହିବ ।
ଓଲା ରୋଡଷ୍ଟର ଏକ୍ସ ପ୍ଲସକୁ ୨ ବ୍ୟାଟେରୀ ପ୍ୟାକରେ ଲଞ୍ଚ୍ କରିଛି । ଏଥିରେ ୪.୫ କିଲୋଓ୍ବାଟ ଏବଂ ୯.୧ କିଲୋଓ୍ବାଟ ବ୍ୟାଟେରୀ ପ୍ୟାକ୍ ସାମିଲ । ଏଥିରେ ୧୧ କିଲୋଓ୍ବାଟ୍ ପିକ୍ ପାଓ୍ବର ବିଶିଷ୍ଟ ମୋଟର ମିଳିଥାଏ । ଏହି ମୋଟରସାଇକେଲର ଟପ୍ ସ୍ପିଡ୍ ୧୨୫ କିଲୋମିଟର ପ୍ରତି ଘଣ୍ଟା । ୪.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକର ଦାମ୍ ୧୦୪,୯୯୯ ଟଙ୍କା ଏବଂ ୯.୧ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକର ଦାମ୍ ୧୫୪,୯୯୯ ଟଙ୍କା ରଖିଛି କମ୍ପାନୀ ।



