ନୂଆଦିଲ୍ଲୀ : ପ୍ରତି ମାସ ଭଳି ଜୁନ୍ ମାସ ପହିଲାରେ ମଧ୍ୟ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧାସଳଖ ସର୍ବ ସାଧାରଣଙ୍କ ପକେଟ୍ ଉପରେ ପଡିବାବୁ ଯାଉଛି । ୟୁପିଆଇ ଏବଂ ପିଏଫ୍ ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର ମୂଲ୍ୟ ପର୍ଯ୍ୟନ୍ତ ଜୁନ୍ ୧ରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକ କିଛି ସୁବିଧା ବୃଦ୍ଧି କରିବ, କିଛି କ୍ଷେତ୍ରରେ ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡ଼ିପାରେ। ଜାଣନ୍ତୁ ଜୁନ୍ ଠାରୁ ଲାଗୁ ହେବାକୁ ଥିବା ଏହି ପରିବର୍ତ୍ତନଗୁଡ଼ିକ କ’ଣ।
ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ, ଇପିଏଫଓ ୩.୦ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାକୁ ଜୁନ୍ ମାସରେ ଲଞ୍ଚ କରାଯାଇପାରେ । ଏହା ଆରମ୍ଭ ହେବା ପରେ ପିଏଫ ଦାବି କରିବା ବହୁତ ସହଜ ହୋଇଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭବିଷ୍ୟତରେ ଏଟିଏମ୍ ଏବଂ ୟୁପିଆଇ ମାଧ୍ୟମରେ ମଧ୍ୟ ଆପଣଙ୍କର ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ। ଏହି ପରିବର୍ତ୍ତନ ଦେଶର ୯ କୋଟିରୁ ଅଧିକ ପିଏଫ ଆକାଉଣ୍ଟଧାରୀଙ୍କୁ ସିଧାସଳଖ ଲାଭ ଦେବ।
ଏନପିସିଆଇ ୟୁପିଆଇ ସମ୍ପର୍କରେ ଏକ ନୂତନ ନିୟମ ଲାଗୁ କରିଛି, ଯାହା ଅନୁଯାୟୀ ୟୁପିଆଇ ପେମେଣ୍ଟ କରିବା ସମୟରେ ବ୍ୟବହାରକାରୀମାନେ ଏବେ କେବଳ ପ୍ରକୃତ ପ୍ରାପ୍ତକର୍ତ୍ତାଙ୍କ ବ୍ୟାଙ୍କିଂ ନାମ ଦେଖିପାରିବେ। କ୍ୟୁଆର୍ କୋଡ୍ କିମ୍ବା ସମ୍ପାଦିତ ନାମ ଆଉ ଦୃଶ୍ୟମାନ ହେବ ନାହିଁ। ଏହି ନିୟମ ୩୦ ଜୁନ୍ ସୁଦ୍ଧା ସମସ୍ତ ୟୁପିଆଇ ଆପ୍ ଦ୍ୱାରା ଲାଗୁ କରିବାକୁ ପଡିବ।
୫୦୦ ବର୍ଷ ପରେ ମହାସଂଯୋଗ: ଶନି ଓ ଗୁରୁ ଏହି ରାଶିଙ୍କୁ କରିବେ ମାଲାମାଲ୍, ମିଳିବ ଚାକିରି, ବଢିବ ଦରମା, ହେବ ବିବାହ
୧ ଜୁନ୍ ଠାରୁ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏକ ବଡ଼ ଝଟକା ଲାଗି ପାରେ। ବ୍ୟାଙ୍କ ଏବେ ଅଟୋ-ଡେବିଟ୍ ଟ୍ରାଞ୍ଜାକ୍ସନ୍ ବିଫଳତା ଉପରେ ୨% ବାଉନ୍ସ ଚାର୍ଜ ନେବ। ଏହା ସର୍ବନିମ୍ନ ୪୫୦ ଟଙ୍କା ଏବଂ ସର୍ବାଧିକ ୫୦୦୦ ଟଙ୍କା ହୋଇପାରେ। ଏହା ବ୍ୟତୀତ, ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଅଧିକାଂଶ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ମାସିକ ଫାଇନାନ୍ସ ଚାର୍ଜ ମଧ୍ୟ ୧ ଜୁନ୍ ଠାରୁ ବୃଦ୍ଧି ପାଇପାରେ। ଏହାକୁ ବର୍ତ୍ତମାନର ୩.୫୦% (୪୨% ପ୍ରତିବର୍ଷ) ରୁ ୩.୭୫% (୪୫% ପ୍ରତିବର୍ଷ) କୁ ବୃଦ୍ଧି କରାଯାଇପାରିବ।
ଆସିଗଲା ଭିଭୋର ଏହି ଜବରଦସ୍ତ ଫୋନ୍ ; ଆକର୍ଷଣୀୟ ଲୁକ୍ ସହ ଦମ୍ଦାର୍ ଫିଚର
ଜୁନ୍ ମାସରେ ବ୍ୟାଙ୍କଗୁଡ଼ିକ ସ୍ଥାୟୀ ଜମା ଏବଂ ଋଣର ସୁଧ ହାର ପରିବର୍ତ୍ତନ କରିପାରନ୍ତି। କାରଣ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିଛି ଏବଂ ଆହୁରି ହ୍ରାସ ଆଶା କରାଯାଉଛି।
ଏଲପିଜି ସିଲିଣ୍ଡର ମୂଲ୍ୟ ପ୍ରତି ମାସର ପ୍ରଥମ ତାରିଖରେ ପରିବର୍ତ୍ତନ ହୁଏ। ଜୁନ୍ ପ୍ରଥମ ତାରିଖରେ ଏହା ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ଅଛି। ପୂର୍ବରୁ ମେ ମାସର ଆରମ୍ଭରେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର ରଖାଯାଇଥିଲା । ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ପ୍ରତି ସିଲିଣ୍ଡର ପାଇଁ ୧୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା।
ଦେଖନ୍ତୁ ଭିଡିଓ ; ବାଘ ସହ ନେଇଥାନ୍ତେ ସେଲ୍ଫି, ହଠାତ୍ କଲା ଆକ୍ରମଣ, ତା’ପରେ ଯାହା ହେଲା ଥରି ଉଠିବ ଛାତି..
ପ୍ରତି ମାସର ପହିଲାରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ଏବଂ ଏୟାର ଟର୍ବାଇନ୍ ଇନ୍ଧନ(ଏଟିଏଫ)ର ମୂଲ୍ୟ ସଂଶୋଧନ କରନ୍ତି। ସିଏନଜି, ପିଏନଜି ଏବଂ ଏଟିଏଫର ମୂଲ୍ୟରେ ପରିବର୍ତ୍ତନ ଜୁନରେ ମଧ୍ୟ ହୋଇପାରେ । ମେ ମାସରେ ଏଟିଏଫ ମୂଲ୍ୟ ହ୍ରାସ କରାଯାଇଥିଲା ଏବଂ ଜୁନ୍ ଆରମ୍ଭରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।
ଆଧାର କାର୍ଡ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଜୁନ୍ ମାସରେ କାର୍ଯ୍ୟକାରୀ ହେବ। ୟୁଆଇଡିଏଆଇ ଆଧାର ବ୍ୟବହାରକାରୀଙ୍କୁ ମାଗଣାରେ ଆଧାର କାର୍ଡ ଅପଡେଟ୍ ସୁବିଧା ପ୍ରଦାନ କରିଥିଲା, ଯାହାର ଶେଷ ତାରିଖ ହେଉଛି ଜୁନ୍ ୧୪। ଯଦି ଆପଣ ଏହି ଶେଷ ତାରିଖ ସୁଦ୍ଧା ମାଗଣାରେ ଆପଣଙ୍କର ଆଧାର ଅପଡେଟ୍ କରିପାରିବେ ନାହିଁ, ତେବେ ଏହା ପରେ ଆପଣଙ୍କୁ ଏହି କାମ ପାଇଁ ୫୦ ଟଙ୍କା ଏକ ନିର୍ଦ୍ଦିଷ୍ଟ ଶୁଳ୍କ ଦେବାକୁ ପଡିବ।



