www.samajalive.in
Friday, December 12, 2025
26.1 C
Bhubaneswar

କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ – ପ୍ରବାସୀଙ୍କ ପାଇଁ ଖାଦ୍ୟ ଓ ରେଳ ଭଡା ନେଇ ସ୍ୱଚ୍ଛ ନୀତି ହେବା ଆବଶ୍ୟକ

ସମାଜ ପୋର୍ଟାଲ ଡେସ୍କ: ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ପ୍ରବାସୀ ଶ୍ରମିକଙ୍କ ସହ ସମ୍ପର୍କିତ କେତେକ ବିଷୟ ଉପରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ସାରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନଙ୍କୁ କିଭଳି ଖାଦ୍ୟ ଯୋଗାଇ ଦିଆଯାଉଛି ଓ ସେମାନେ ଯାତ୍ରା କରୁଥିବା ଓ କରିବାକୁ ଥିବା ଟ୍ରେନରେ ଭଡା କିଭଳି ଭରଣା ହେଉଛି ସେ ନେଇ ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ଅଶୋକ ଭୂଷଣ, ଏସ କେ କୌଲ ଏବଂ ଏମ ଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରବାସୀ ଶ୍ରମିକଙ୍କ ରେଳ ଭଡା ଯୋଗୁ ଉପୁଜିଥିବା ଦ୍ଵନ୍ଦ ସମ୍ପର୍କରେ ପଚାରିଥିଲେ। ଖଣ୍ଡପୀଠ ପଚାରିଥିଲେ ଯେ ପ୍ରବାସୀ ଶ୍ରମିକମାନଙ୍କୁ ଟିକେଟ ପାଇଁ ଅର୍ଥ ଦେବାକୁ କୁହାଯାଉଛି କି, ରାଜ୍ୟ ସରକାର କିଭଳି ଉପାୟରେ ଟିକେଟ ଅର୍ଥ ଭରଣା କରୁଛନ୍ତି ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ଟିକେଟ ପାଇଁ ବାଧ୍ୟ କରାଯାଉଛି କି?

- Advertisement -

ଖଣ୍ଡପୀଠ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଯଦି ଜଣେ ପ୍ରବାସୀଙ୍କୁ ଚିହ୍ନଟ କରାଯାଏ, ତେବେ ତାଙ୍କୁ ଏକ ସପ୍ତାହ କିମ୍ବା ଦଶ ଦିନ ମଧ୍ୟରେ ନିଶ୍ଚିତ ସ୍ଥାନାନ୍ତର କରିବ ନେଇ କଣ ବ୍ୟବସ୍ଥା ରହିଛି ଓ ସେଥିପାଇଁ ସାଧାରଣ ସମୟ କଣ?

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories