www.samajalive.in
Friday, December 12, 2025
19.1 C
Bhubaneswar

ଘର ଅଗଣାରେ ବର୍ଷାରେ ଭିଜୁଛି କ୍ବାରେନଣ୍ଟାଇନ ଫେରନ୍ତାଙ୍କ ଶବ: ଗାଁରେ ପଡ଼ିଲା ତାଟିକବାଟ

ବେତନଟୀ: କରୋନା ମଣିଷଠାରୁ ମଣିଷକୁ ଅଲଗା କରି ଦେଇଛି । ତୁଟାଇ ଦେଇଛି ସମ୍ପର୍କ । ପରିବାରର ଲୋକ ବି ଶବକୁ ଛୁଇଁବାକୁ ଡ଼ରୁଛନ୍ତି, ସାହି ପଡ଼ିଶା ତ ଦୂରର କଥା । ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବେତନଟୀ ଅଞ୍ଚଳରେ । କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଶବ ଘର ଅଗଣାରେ ଧୁ ଧୁ ବର୍ଷାରେ ଭିଜୁଥିବାବେଳେ କରୋନା ଭୟରେ ସାହି ପଡ଼ିଶା ଘରୁ ବାହାରୁ ନାହାନ୍ତି । ଅସହାୟ ପରିବାର ଲୋକ ଏ ସମ୍ପର୍କରେ ପ୍ରଶାସନକୁ ଖବର ଦେଇଛନ୍ତି । ଏହି ଖବର ଲେଖାଯିବା ପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ନ ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ତାରାଶୋଳ ଗାଁର ପରେଶ ଚନ୍ଦ୍ର ମହାନ୍ତ (୫୫) ନାମକ ଜଣେ ପ୍ରବାସୀ ଓଡ଼ିଶା ଫେରିଥିଲେ । ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତାଙ୍କଠାରେ କୌଣସି ଲକ୍ଷଣ ନ ଥିବାରୁ ତାଙ୍କୁ ୭ ଦିନ ପରେ ଘରକୁ ପଠାଇ ଦିଆଯାଇଥିଲା ଓ ଘରେ ମଧ୍ୟ ସେ ସଙ୍ଗରୋଧରେ ରହିଥିଲେ ।

- Advertisement -

ଘର ଅଗଣାରେ ଶୋଇଥିବାବେଳେ ଅକସ୍ମାତ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହି ଖବର ପ୍ରଚାର ହେବା ପରେ ଗାଁରେ ସାହି ପଡ଼ିଶା ତାଙ୍କ ଘର ବାଟ ଦେଇ ଆସିବାକୁ ସୁଦ୍ଧା ଡ଼ରୁଛନ୍ତି । ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏତିକି ବେଳେ ପୁଣି ଆରମ୍ଭ ହୋଇଛି ବର୍ଷା । ପରିବାର ଲୋକମାନେ ତାଙ୍କ ମର ଶରୀର ଉପରେ ଏକ ପଲିଥିନ୍ ଢ଼ାଙ୍କି ଦେଇଛନ୍ତି । ପରେଶଙ୍କ ମୃତ୍ୟୁର ୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ତାଙ୍କ ଘରେ ପହଞ୍ଚି ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିପରି ତାଙ୍କର ଶବ ସତ୍କାର କରିବେ ଏଥିପାଇଁ ପରିବାର ଲୋକଙ୍କୁ ଚିନ୍ତା ଘାରିଛି ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories