www.samajalive.in
Monday, December 15, 2025
27.1 C
Bhubaneswar

ସାହାରପଡା ଆଦର୍ଶ ବିଦ୍ୟାଳୟ ନବନିର୍ମିତ ଛାତ୍ରାବାସରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ସରଞ୍ଜାମ ଚୋରୀ: ଚୋରୀ ସାମଗ୍ରୀ ଉଦ୍ଧାର, ଜଣେ ଅଟକ

ପାଟଣା : ପାଟଣା ଥାନା ଅଞ୍ଚଳ ସାହରପଡା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାଳକ ଛାତ୍ରାବାସ ଓ ବାଳିକା କ୍ୟାଣ୍ଟିନ ନିର୍ମାଣ କାମକୁ ଦୁଇ ଜଣ ଠିକାଦାର କାମ କରୁଥିବା ବେଳେ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଏହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇ ନଥିଲା। ଏହି ନିର୍ମାଣ କାମରେ ୩୦ ରୁ ଉର୍ଦ୍ଧ ଶ୍ରମିକ ନିୟୋଜିତ ଥିବା ବେଳେ ଠିକାଦାର ସେମାନଙ୍କୁ ପ୍ରାପ୍ୟ ଦେଇ ନଥିଲେ । ଶ୍ରମିକମାନେ ପ୍ରାପ୍ୟ ପାଇଁ କାମ ତଦାରଖ କରୁଥିବା ସାହାରପଡ଼ାର ମାନସ କୁମାର ପାତ୍ର(୨୦) ନାମକ ଜଣେ ଯୁବକଙ୍କ ଉପରେ କୁଆଡେ ଚାପ ପକାଇବାରୁ ମାନସ ଛାତ୍ରାବାସ ଓ କ୍ୟାଣ୍ଟିନର ବହୁ ବୈଦ୍ୟୁତିକ ସାମଗ୍ରୀ ଚୋରେଇ ଶ୍ରମିକମାନଙ୍କୁ ବାଣ୍ଟି ଦେଇଥିଲେ। ତେବେ ଛାତ୍ରାବାସ ଓ କ୍ୟାଣ୍ଟିନରୁ ୪୫ ଟି ବିଜୁଳି ପଙ୍ଖା, ୨ ଟି ଏକଜିଷ୍ଟ ପଙ୍ଖା, ଗୋଟିଏ ଜେନେରେଟର, ଗୋଟିଏ ଓଲ୍ଡିଙ୍ଗ ମେସିନ, ୩ ଟି ଷ୍ଟ୍ରିଟ ଲାଇଟ୍ ଓ ଟ୍ୟୁବ୍ ଲାଇଟ୍ ଆଦି ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଯାଇଥିବା ଠିକାଦାର ବିଶ୍ବରଂଜନ ମହାରଣା ପାଖରେ ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ, ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଘଟଣାର ତଦନ୍ତ କରିଥିଲେ । ଆଦର୍ଶ ବିଦ୍ୟାଳୟ ଛାତ୍ରାବାସରୁ ଚୋରୀ ଘଟଣାରେ ମାନସ ପାତ୍ରଙ୍କୁ ଅଟକ ରଖିବା ସହ ଯେଉଁ ଯେଉଁ ଗ୍ରାମରେ ସେ ଚୋରୀ ସାମଗ୍ରୀଙ୍କୁ ବିକ୍ରି କରିଥିଲା ବା ବାଣ୍ଟିଥିଲା ତାହାକୁ ଉଦ୍ଧାର କରୁଛି।

ସୂଚନା ଯୋଗ୍ୟ ଯେ ସାହାରପଡା ବ୍ଲକ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାଳକ ଛାତ୍ରାବାସକୁ ବିଶ୍ବରଂଜନ ମହାରଣା ଓ ବାଳିକା କ୍ୟାଣ୍ଟିନକୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଠିକାରେ ନିର୍ମାଣ କାମ କରୁଥିଲେ। ଅଳ୍ପ କିଛି କାମ ବାକି ଥିବାରୁ ଛାତ୍ରାବାସ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇନଥିବା ବେଳେ ବିଦ୍ୟାଳୟ ଛାତ୍ରାବାସ ଏତେ ବଡ଼ ଚୋରୀ କାମ ବନ୍ଦ ଥିବା ସମୟରେ ହୋଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories