www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ରକ ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଶନିବାର ଦିନ ୧୧ ଟା ସମୟରେ କେନ୍ଦୁଝର ଆଡ଼କୁ ଯାଉଥିବା ଏକ ବାର ଚକିଆ ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବାରୁ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ। ଦୁର୍ଘଟଣାରେ ପାଟଣା ଥାନା ଅଞ୍ଚଳ କୁଣ୍ଡଳା ଗ୍ରାମର ସୁରେନ୍ଦ୍ର ମହାରଣାଙ୍କ ପୁଅ ମିଥୁନ ମହାରଣା (୩୬) ଓ ନୃସିଂହ ନାଏକଙ୍କ ପୁଅ ବାସୁ ନାଏକ(୨୦) ଗୁରୁତର ହୋଇଥିଲେ। ଗୁରୁତର ଦ୍ବୟଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମିଥୁନ ମହାରଣାଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ତୁରୁମୁଙ୍ଗା ଥାନା ଆରକ୍ଷୀ ଉପ ନିରୀକ୍ଷକ ସୁଶାନ୍ତ ମଣି ମହାନ୍ତି ଜବତ କରିଥିବା ବେଳେ ଏହାର ଚାଳକ ସାହାରପଡ଼ା ବ୍ଲକ ଖଡ଼ିକାପଦା ଗ୍ରାମର ବିଶ୍ଵନାଥ ମୁଣ୍ଡା(୨୯)ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଅପରାହ୍ନରେ ମିଥୁନଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories