www.samajalive.in
Tuesday, December 9, 2025
16.1 C
Bhubaneswar

ବାତ୍ୟା ପ୍ରଭାବିତ ଅସହାୟଙ୍କୁ ପଣ୍ଡାପଡ଼ା ମଣ୍ଡଳ ବିଜେପି ପକ୍ଷରୁ ସହାୟତା

ପାଟଣା : ୟାସ ବାତ୍ୟା ପ୍ରଭାବିତ ଘଟଗାଁ ବ୍ଲକ ପଣ୍ଡାପଡା ମଣ୍ଡଳର ବିନିଦା, ପଣ୍ଡାପଡା ଏବଂ ପୁରୁମୁଣ୍ଡା ପଞ୍ଚାୟତର ଲୋକମାନଙ୍କୁ ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ୟାସ ବାତ୍ୟା ପ୍ରଭାବିତ ପାନ ମୁଣ୍ଡା, ମହର୍ଗୀ ନାଏକ, ପିତାମ୍ବର ନାଏକ, ନରୁତମ ନାଏକ, ଅମିନ ନାଏକ, ଦରିଆ ନାଏକ, ଶଶୀ ନାଏକ, ପ୍ରମିଳା ନାଏକ, ଲବଣି ନାଏକ, ମିନତୀ ନାଏକ ଏବଂ ଅନ୍ୟମାନଙ୍କୁ ବିଜେପି ପକ୍ଷରୁ ଜରି ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ସମସ୍ତଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ସମ୍ପର୍କରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ଆଦୌ ଅବହେଳା ନ କରି ଡ଼ାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ପାଇଁ ସଚେତନତା କରିଛନ୍ତି । ବାତ୍ୟା ପ୍ରଭାବିତଙ୍କ ଘରକୁ ଘର ବୁଲି ବିଜେପି ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ, ଜିଲ୍ଲା କାର୍ୟ୍ୟାଳୟ ସହ ସମ୍ପାଦକ ଜୟଦେବ ଗିରିଙ୍କ ସହ ପଣ୍ଡାପଡା ମଣ୍ଡଳ ସାଧାରଣ ସମ୍ପାଦକ ଅମିତ ପ୍ରସାଦ, ମଣ୍ଡଳ ଉପସଭାପତି ମନୋରଞ୍ଜନ ମହାନ୍ତି, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟା ସନ୍ତୋଶିନୀ ମୋଦି, ଜିଲ୍ଲା ଯୁବମୋର୍ଚ୍ଚା କାର୍ୟ୍ୟକାରିଣୀ ସଦସ୍ୟ ଅରୁଣ ରଣା, ପରମା ନାଏକ, ଲକ୍ଷ୍ମଣ ସିଂହ ପ୍ରମୁଖ ବାତ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories