ମହାକୁମ୍ଭକୁ ପ୍ରଭାବିତ କରିଛନ୍ତି ଯୁବପିଢ଼ି

ପ୍ରୟାଗରାଜ: ଧର୍ମ, ଆଧ୍ୟାତ୍ମିକତା ବିଷୟରେ ଜ୍ଞାନ ଥାଉ କି ନଥାଉ, ଚଳିତ ମହାକୁମ୍ଭ ପ୍ରତି ଯୁବ ସମ୍ପ୍ରଦାୟ ଖୁବ୍‌ ଆକୃଷ୍ଟ ହେଉଥିବା ଦେଖାଯାଉଛି। କୁମ୍ଭମେଳା ଆରମ୍ଭର ସପ୍ତାହକ ମଧ୍ୟରେ ଯେତେ ଶ୍ରଦ୍ଧାଳୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତରୁ ଅଧିକ ଯୁବକ ଯୁବତୀ। ଶ୍ରଦ୍ଧାଳୁଙ୍କ ସମୁଦ୍ର ମଧ୍ୟରେ ଏମାନେ ସ୍ପଷ୍ଟ ବାରି ହୋଇପଡ଼ୁଛନ୍ତି। ସେମାନଙ୍କ କାର୍ଯ୍ୟଧାରା ଦେଖିଲେ ଗୋଟିଏ ବିଷୟ ସ୍ପଷ୍ଟ ହେବ ଯେ ମହାକୁମ୍ଭରେ ଆଧ୍ୟାତ୍ମିକତା ସହିତ ଆଧୁନିକତା ଓ ସାମାଜିକ ଗଣମାଧ୍ୟମର ଏକ ଅଦ୍ଭୁତ ମିଳନ ଘଟିଛି। ମେଳାରେ ଯୋଗ ଦେଇଥିବା ଦେଶ ବିଦେଶର ବହୁ ଯୁବ ପିଢ଼ି ସାମାଜିକ ଗଣମାଧ୍ୟମରେ ଆଧ୍ୟାତ୍ମିକତାର ଯେଉଁ ପ୍ରଚାର କରୁଛନ୍ତି ତାହା ମଧ୍ୟ ମେଳା ପ୍ରତି ବିଶ୍ବବ୍ୟାପୀ ଶ୍ରଦ୍ଧାଳୁଙ୍କୁ ଅଧିକ ଆକୃଷ୍ଟ କରୁଛି।

ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ଯୁବ ସମ୍ପ୍ରଦାୟ ଆଧୁନିକ ଜ୍ଞାନକୌଶଳରେ ଅତ୍ୟନ୍ତ ଦକ୍ଷ ଏବଂ ପେସାଦାର। ଏହାକୁ ସେମାନେ ମେଳାରେ କାମରେ ଲଗାଉଥିବା ଦେଖାଯାଉଛି। ଅନେକ ମେଳା ପରିଚାଳନା ସହ ସାମିଲ ଥିଲାବେଳେ କିଏ ବିଭିନ୍ନ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ନିର୍ବାହ କରୁଛନ୍ତି। କିଏ ଦାମୀ ମୋବାଇଲ ଫୋନ୍‌ ଧରି କାମରେ ଲାଗିପଡ଼ିଛନ୍ତି ତ କାହା ହାତରେ ଲାପ୍‌ଟପ୍‌। ଅଧିକ ସଂଖ୍ୟକ ରିଲ୍ସ ନିର୍ମାଣ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। ଚର୍ଚ୍ଚିତ ସାଧ୍ବୀ ହର୍ଷା ରିଚାରିଆ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବ ପିଢ଼ିଙ୍କୁ ଖୁବ୍‌ ଆକର୍ଷିତ କରୁଥିବାବେଳେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ଓ ପେସାଦାରମାନେ ଖାଦ୍ୟ ପରିଚାଳନା ଦାୟିତ୍ବରେ ରହିଛନ୍ତି।

prayash

ୱେଷ୍ଟ ମ୍ୟାନେଜମେଣ୍ଟ ବିଶେଷଜ୍ଞମାନେ ମେଳା ପରିସର ସଫା ସୁତୁରା ରଖିବାରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କିଏ ଦାୟିତ୍ବ ଦେଉ ଅବା ନଦେଉ, ସେମାନେ କାମରେ ଲାଗିପଡ଼ିଥିବା ଦେଖାଯାଉଛି। ଯୁବ ଶିଳ୍ପୀମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବାରେ ଲାଗିଛନ୍ତି। ସାମାଜିକ ଗଣମାଧ୍ୟମ ‘ଇନ୍‌ଫ୍ଲୁଏନ୍‌ସର’ମାନେ ନିଜ ଅଭିଜ୍ଞତା ବାଣ୍ଟିବାରେ ବ୍ୟସ୍ତ। ସେମାନଙ୍କ କହିବାନୁସାରେ ସଂସ୍କୃତି, ଆଧ୍ୟାତ୍ମିକତା ସହ ଡିଜିଟାଲ ଅଭିଜ୍ଞତାକୁ ଯୋଡ଼ିବାରେ ଏଥିରୁ ଅପୂର୍ବ ଆନନ୍ଦ ମିଳୁଛି। ଆଧୁନିକତା ଯେମିତି ଏକ ବିଶ୍ବାସରେ ପରିଣତ ହୋଇଛି; ଯାହା ସେମାନଙ୍କ ଭାବନାକୁ ବଦଳାଇଦେଉଛି।

ଆଇଆଇଟି ବାବା ଏମାନଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଥିବା ଏହି ଯୁବପିଢ଼ି କହୁଛନ୍ତି। ମହାକୁମ୍ଭ ପାଇଁ ପୂର୍ବରୁ ହୋଇଥିବା ବିସ୍ତୃତ ପ୍ରଚାର ଦ୍ବାରା ୧୪୪ ବର୍ଷ ବ୍ୟବଧାନରେ ଆସିଥିବା ଅପୂର୍ବ ସୁଯୋଗ ହାତଛଡ଼ା କରିବାକୁ ଯେମିତି ସେମାନେ ପ୍ରସ୍ତୁତ ନାହାନ୍ତି। ପରିବାରଙ୍କୁ ମଧ୍ୟ ସେମାନେ ଏଥିରୁ ବଞ୍ଚିତ କରିବା ପାଇଁ ସେମାନେ ଚାହିଁନାହାନ୍ତି। ସନାତନ ଧର୍ମର ଏହି ମହାପର୍ବକୁ ବିଶ୍ବର ପ୍ରତି କୋଣରେ ପହଞ୍ଚାଇବାକୁ ଯୁବ ପିଢ଼ି ଅପୂର୍ବ ସୁଯୋଗ ମନେ କରୁଛନ୍ତି।

kalyan agarbati

Comments are closed.