www.samajalive.in
Saturday, December 13, 2025
26.1 C
Bhubaneswar

୫ରୁପା ଇଟାରେ ହେବ ରାମ ମନ୍ଦିର ଭୂମିପୂଜନ

ଅଯୋଧ୍ୟା  : ଶ୍ରୀରାମ ମନ୍ଦିରର ଭୂମିପୂଜନ ପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏଥିପାଇଁ ଅଗଷ୍ଟ ୩ରୁ ତିନିଦିନିଆ ବୈଦିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରୁପା ଇଟାରେ ମନ୍ଦିରର ଶିଳାନ୍ୟାସ କରାଯିବାକୁ ସ୍ଥିର ହୋଇଛି ଓ ଏଥିପାଇଁ ପାଞ୍ଚ ଗ୍ରହର ପ୍ରତୀକ ଭାବେ ୫ଟି ରୁପା ଇଟା ସଂଗ୍ରହ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ତାରିଖ ୧୨ଟା ୫ରେ ପ୍ରଥମ ଇଟା ସ୍ଥାପନ ପୂର୍ବକ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଭବ୍ୟ ମନ୍ଦିରର ରୂପରେଖ ପରିବର୍ତ୍ତନ କରାଯାଇଛି। ଏହା ହେବ ବିଶ୍ବର ତୃତୀୟ ବୃହତ୍ତମ ମନ୍ଦିର। ଏହାର ପରିସୀମା ହେବ ମୋଟ ୧୦୦ରୁ ୧୨୦ ଏକର ଜମି। ସେହି ଅନୁସାରେ ମନ୍ଦିରର ପ୍ରସ୍ତ ୧୪୦ ଫୁଟରୁ ୨୭୦ ଫୁଟକୁ, ଲମ୍ବ ୨୬୮ଫୁଟରୁ ୨୮୦ ବା ୩୦୦ ଫୁଟ ଏବଂ ଉଚ୍ଚତା ୧୨୮ରୁ ୧୬୧ ଫୁଟକୁ ବୃଦ୍ଧି କରାଯାଇଛି। ପୂର୍ଣ୍ଣାଙ୍ଗ ମନ୍ଦିରାଞ୍ଚଳ ୩୭,୫୦୦ବର୍ଗଫୁଟରୁ ୭୬ହଜାରରୁ ୮୪ହଜାର ବର୍ଗଫୁଟକୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ କାମ୍ବୋଡିଆର ଆଙ୍ଗକର ୱାଟ ମନ୍ଦିର ୪୦୧ ଏକର ପରିମିତ ଜମିରେ ଅବସ୍ଥିତ ହୋଇଥିବାବେଳେ ତାମିଲନାଡୁର ତିରୁଚିରାପଲ୍ଲୀସ୍ଥିତ ଶ୍ରୀ ରଙ୍ଗନାଥସ୍ବାମୀ ମନ୍ଦିର ୧୫୫ ଏକର ଜମିରେ ଅବସ୍ଥିତ। ଭୂମିପୂଜନ ଉତ୍ସବକୁ ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କ ସୂଚନା ଅନୁଯାୟୀ ଶିଳାନ୍ୟାସ ଉତ୍ସବରେ ଉତ୍ସବରେ ୨୦୦ ଲୋକ ଉପସ୍ଥିତ ରହିବେ। ଏଠାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବ। ସେହିପରି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ, ବିନୟ କଟିୟାରଙ୍କ ସମେତ ରାମ ଜନ୍ମଭୂମି ଆନ୍ଦୋଳନର ପ୍ରମୁଖ ନେତାମାନଙ୍କୁ ନିମନ୍ତ୍ରଣ କରାଯିବ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ତାଲିକାରେ ମୋଟ ୩୦୦ ନାମ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅବସରରେ ସର୍ବାଧିକ ୫୦ଜଣ ଉପସ୍ଥିତ ରହିବେ। ରାମ ମନ୍ଦିର ପ୍ରସଙ୍ଗ ସହିତ ଠାକ୍‌ରେଙ୍କର ସ୍ବତନ୍ତ୍ର ସମ୍ପର୍କ ରହିଛି। ଉଦ୍ଧବଙ୍କ ଦଳ ଶିବସେନା ତଥା ବାପା ବାଲାସାହେବଙ୍କ ନାମ ବାବ୍ରି ମସ୍‌ଜିଦ ଭଙ୍ଗା ମାମଲାରେ ରହିଥିଲା; କିନ୍ତୁ ତାଙ୍କ ମୃତ୍ୟୁ ପରେ ଏହାକୁ ବାଦ୍‌ ଦିଆଯାଇଛି। ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ପରେ ଅଯୋଧ୍ୟା ଗସ୍ତ କରି ମନ୍ଦିର ନିର୍ମାଣ ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories