www.samajalive.in
Thursday, December 11, 2025
16.1 C
Bhubaneswar

ଫେସ୍‍ସିଲ୍ଡ ବ୍ୟବହାର କରିବା ପୂର୍ବରୁ ଜାଣି ରଖନ୍ତୁ ଏହାକୁ ସଫା କରିବାର ସଠିକ୍‍ ଉପାୟ, ନଚେତ୍‍….

ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମେ ଫେସ୍‍ ସିଲ୍ଡ ବ୍ୟବହାର କରୁଛେ। ଡାକ୍ତରମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଫେସ୍‍ ସିଲ୍ଡ ବ୍ୟବହାର କରିବା ପୂର୍ବରୁ ଏହାର ବ୍ୟବହାର ଓ ଖାସ୍‍ କରି ଏହାକୁ ପରିଷ୍କାର କରିବାର ସଠିକ୍‍ ଉପାୟ ବିଷୟରେ ଜାଣିବା ନିହାତି ଆବଶ୍ୟକ। ନଚେତ୍‍ ଏହି ସାମାନ୍ୟ ଅସାବଧାନତା ଯୋଗୁ ଆପଣ କରୋନାର ଶିକାର ହୋଇପାରନ୍ତି। ଆସନ୍ତୁ ଜାଣିବା ଫେସ୍‍ ସିଲ୍ଡକୁ ସଫା କରିବାର ସଠିକ୍‍ ଉପରୟ ବିଷୟରେ –

-ଫେସ୍‌ ସିଲ୍ଡ ଥରେ ପିନ୍ଧିବା ପରେ ନିଶ୍ଚୟ ପରିଷ୍କାର କରନ୍ତୁ। ଏହାକୁ ପରିଷ୍କାର କରିବା ପାଇଁ ନନ୍‌ ବ୍ଲିଚ୍‌ ଓ୍ଵାଇପ୍‌ କିମ୍ବା ଇପିଏ ଦ୍ୱାରା ଅନୁମୋଦିତ ଡିସ୍‌ଇନ୍‌ଫେକ୍ସନ୍‌ ବ୍ୟବହାର କରନ୍ତୁ।
-ଏଥିପାଇଁ ହାତରେ ଗ୍ଲୋବସ୍‌ ଲଗାଇ ଓ୍ଵାଇପ୍‌ ନେଇ ପ୍ରଥମେ ଫେସ୍‌ସିଲ୍ଡର ସାମ୍ନା ପଟ ସଫା କରନ୍ତୁ।
-ଏହା ପରେ ଭିତର ପଟ ସଫା କରନ୍ତୁ।
-ପରେ ଷ୍ଟିପ୍‌ ଓ ଇୟରଲୁପ୍‌କୁ ଭଲ ଭାବେ ସଫା କରନ୍ତୁ।
-ସଫା କରିସାରିବା ପରେ ଏହାକୁ ଖରାରେ ଶୁଖାଇଦିଅନ୍ତୁ।
-ଏବେ ଗ୍ଲୋବ୍‌ସ ଓହ୍ଲାଇ ହାତକୁ ସାବୁନରେ ଭଲ ଭାବେ ସଫା କରିଦିଅନ୍ତୁ।
-ତେବେ ଧ୍ୟାନ ରଖିବେ କେବେ ବି ଫେସ୍‌ ସିଲ୍ଡକୁ ସାନିଟାଇଜରରେ ସଫା କରିବେ ନାହିଁ। ଏହା ଖରାପ ହୋଇପାରେ।
-ଫେସ୍‌ ସିଲ୍ଡ ଲଗାଉଥିଲେ ବାରମ୍ବାର ମୁହଁକୁ ଛୁଅଁନ୍ତୁ ନାହିଁ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories