ଗଞ୍ଜାମ: ସ୍ତ୍ରୀ କାଟିଦେଲା ସ୍ବାମୀର ବେକ । ପାରିବାରିକ କଳହର ପରିଣତି କେତେ ଯେ ଭୟଙ୍କର ହୋଇପାରେ, ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଗାଁରେ। ସ୍ବାମୀର ବେକ ସ୍ତ୍ରୀ କାଟିଦେବା ପରେ ସ୍ବାମୀକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ୪୫ ବର୍ଷୀୟ ରୋହିତ ପାତ୍ର ବୋଲି ଜଣାପଡିଛି। ବରିଗୁଡା ଗାଁର ମଦନ ପାତ୍ରଙ୍କର ବଡ ପୁଅ ରୋହିତ୍ ଅଧିକାଂଶ ସମୟରେ ମଦ୍ୟପାନ କରି ସ୍ତ୍ରୀ କସ୍ତୁରୀ ପାତ୍ରଙ୍କୁ ମାରପିଟ୍ କରୁଥିଲେ। ଶନିବାର କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସେଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ବାମୀର ବେକ ଓ ପିଠିକୁ କାଟି ଦେଇଥିଲା। ରୋହିତଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



